କନ୍ଧମାଳ ଛାତ୍ର କଂଗ୍ରେସର ଅଭିନଵ ପ୍ରୟାସ : ସପ୍ତାହାନ୍ତ ସଟ୍ ଡାଉନରେ ଭୋକିଲା ପେଟକୁ ଖାଦ୍ୟ ପ୍ରଦାନ ।

କନ୍ଧମାଳ,୨୯/୦୫(ପିପିଟି): ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହାନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ମଧ୍ୟରେ ଦିନ ବିତାଉଛନ୍ତି। କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି , ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଛାତ୍ର କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ସପ୍ତାହନ୍ତ ଗୁଡିକରେ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ତକଳି, କୁଟିଲାଝର ଗ୍ରାମରେ ଏହି ଟିମ ପହଞ୍ଚି ଗ୍ରାମବାସୀ ମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ସୁବ୍ରତ ଦଣ୍ଡିଆ , ସମୀର ଦିଗଲ, ମାନସ ନାୟକ ଓ ସୈାରଭ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment