କନ୍ଧମାଳ,୦୬/୦୪(ପିପିଟି); ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଛତିଶଗଡ଼ର ବିଜାପୁର-ସୁକମା ଠରେ ନକ୍ସଲ ମାନଙ୍କ ଦ୍ୱାରା ଆକ୍ରମଣ ଫଳରେ ସହିଦ ହୋଇଥିବା ସମସ୍ତ ବୀର ଜବାନ ମାନଙ୍କୁ ଫୁଲବାଣୀ ସଦର ମହକୁମା ଓ ଟିକାବାଲି ଠାରେ ଏହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଫୁଲବାଣୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ୍ ପଣ୍ଡା, ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡ଼ାକୁଆ , ଫୁଲବାଣୀ ନଗର ସଂପାଦିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ପାଠଶାଳା ପ୍ରମୁଖ ରଜତ ମହାପାତ୍ର, ଫୁଲବାଣୀ ନଗର ସହ ସଂପାଦକ ଅମିତ୍ ବେହେରା, ଶ୍ରେୟନ୍ ମେହେର, ଉତ୍କଳ ଦାସ, ଆଶିଷ୍ ସାହୁ, ନିଖିଳ ମହାନ୍ତି ଓ ବିଦ୍ୟାର୍ଥୀ ପରିଷଦର ବହୁ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେହିଭଳି ଟିକାବାଲି ଠାରେ ମଧ୍ୟ ସହୀଦ ବୀର ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)