କନ୍ଧନୂଆଁଗଡ ପ୍ରାଥମିକ ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ଦାବିରେ ଗ୍ରାମବାସୀ ବିଡିଓ ଓ ବିଇଓଙ୍କୁ ଭେଟିଲେ ।

ଶେରଗଡ,୦୩/୧୧(ପିପିଟି);ଶେରଗଡ ବ୍ଳକ ଧନନ୍ତର ପଞ୍ଚାୟତର ନିପଟ ମଫସଲ ଆଦିବାସୀ ଗ୍ରାମ କନ୍ଧନୂଆଁଗଡ ଗ୍ରାମ । ଉକ୍ତ ଗ୍ରାମରେ ବହୁ କାଳରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା ମୋଟ ୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ସେହି ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି ସରକାର ଏବଂ ଉକ୍ତ ପିଲା ପାଖ ଲାଞ୍ଜିଆପଲ୍ଲି ବିଦ୍ୟାଳୟକୁ ପାଠ ପଢାଇବା ପାଇଁ ଚିଠି କରି ଜଣାଇଛନ୍ତି ।ଛାତ୍ରଛାତ୍ରୀଙ୍କ ଯିବା ଆସିବା ଖର୍ଚ୍ଚ ସରକାର ବହନ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିଦ୍ୟାଳୟକୁ ବନ୍ଦ କରିବା ପ୍ରତିବାଦରେ ପୁଣି ବିଦ୍ୟାଳୟକୁ କାର୍ଯ୍ୟକ୍ଷମ ଉଦ୍ଦେଶ୍ୟରେ କନ୍ଧନୂଆଁଗଡର ୪୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଏକ ଦାବିପତ୍ର ଧରି ପ୍ରଥମେ ବିଇଓ ଭାସ୍କର ଲେଙ୍କା ଓ ପରେ ପଞ୍ଚାୟତସମିତି କାର୍ଯ୍ୟାଳୟ ଶେରଗଡ ରେ ଛିଡାହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଗ୍ରାମର ଗ୍ରାମବାସୀଙ୍କ ଏକା ଜିଦ ଆମ୍ଭ ଗ୍ରାମର ଆମ ପ୍ରାଥମିକ ବିଦ୍ୟାଳୟ ରହୁ ଯଦି କାର୍ଯ୍ୟକ୍ଷମ ନକରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ କଡା ଚେତାବନୀ ଦେଇଛନ୍ତି।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment