ପୋଲସରା ,୧୬/୧୦(ପିପିଟି) :ପୋଲସରା ବ୍ଲକ୍ ବେଲଗାଁ ପଞ୍ଚାୟତ ସ୍ଥିତ କନକ ଦୁର୍ଗା ବିଦ୍ୟାପୀଠ ମଧୁସୂଦନପୁର ଠାରେ ଏକ ଦିବସୀୟ କାସକେଡ ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ପୋଲସରା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀହର୍ଷବାବୁ ଖlଡଙ୍ଗା , ଉପ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସ୍ଵରୂପ କୁମାର ପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ଗୀତା ବିଷୋୟୀ ଓ ସମ୍ବଳ ଶିକ୍ଷକ ଭାବେ ଡ଼ଃ ଅମ୍ରେଶ ପଟ୍ଟନାୟକ, କେ . ମମତା କୁମାରୀ, ମିଥୁନ ରାଉତ ଓ ଅମୀୟରଞ୍ଜନ ଦାସ ଯୋଗ ଦେଇଥିଲେ । ଏଥିରେ ସମୁଦାୟ ୩୨ ଟି ବିଦ୍ୟାଳୟର ୬୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଉକ୍ତ ତାଲିମରେ ଅନଲାଇନ ପ୍ଲାଟଫର୍ମ ଖାନ୍ ଏକାଡେମୀ ସହ ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ କିପରି ଯୋଗ କରିବେ ଓ ସେମାନେ ଅନଲାଇନ୍ ପାଠ୍ୟକ୍ରମ ଆରମ୍ଭ ଓ ସମାପନ କରିବେ ସେହି ବିଷୟରେ ଶିକ୍ଷା ଦିଆଗଲା। ଶେଷରେ ଗୁଗଲ ଫର୍ମ ରେ ଉପସ୍ଥିତ ତଥା ଫିଡବାକ ଦେଇ ଆଜିର ତାଲିମ ଶିବିର ଶେଷ ହେଲା । ଏଥିରେ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କକାର୍ଯ୍ୟାଳୟ ତରଫରୁ ସୁବାସ ସାର୍ ଧନ୍ୟବାଦ୍ ଅର୍ପଣ ସହ ଯଥାରିତ ସମାପ୍ତ ହୋଇଥିଲା ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା