କନକଙ୍କୁ ପ୍ରତିଶୃତି ଦେଇ ଭୁଲିଗଲା ପ୍ରଶାସନ ।

ବେଳଗୁଣ୍ଠା,୧୬/୦୯(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଗାଁ ର ଅସହାୟ କନକ ନାୟକ (୬୨)ଙ୍କୁ ପ୍ରତାରଣା କରିଛି ପ୍ରଶାସନ । ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମେ ତାଙ୍କ ନାତୁଣୀ ଓ ଠିକ ଏହାର ବାର ଦିନ ରେ ତାଙ୍କ ସ୍ୱାମୀ ହରିକୃଷ୍ନ ନାୟକ କୋଭିଡ ରେ ମୃତ୍ୟୁ ବରଣ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ମାଳ ମାଲ କର୍ମଚାରି ଆସି ବିଭିର୍ଣ୍ଣ ସଚେତନତା କରାଇ ଥିଲେ । ଦୀର୍ଘ ମାସ ପର୍ଯ୍ୟନ୍ତ ଗାଁ ଲୋକ ସହିତ ସମ୍ପର୍କିୟ ମାନେ ମଧ୍ୟ ଘର ବାରଣ୍ଡା ମଦିବାତ ଦୂରର କଥା ଘର ସମ୍ମୁଖ ଦେଇ କେହି ଯାଆସ ମଧ୍ୟ କରୁନଥିଲେ । ପୁଅ ବୋହୂ ବାହାରେ ରହୁଥିବା ବେଳେ ଏକାକୀ କନକ ନିଜ ଭାଗ୍ୟକୁ ଆଦରି ଘର ଭିତରେ ପଡିରହିଥିଲେ । ଏହି ସମୟରେ ତତ୍କାଳିନ ଜଗନ୍ନାଥପ୍ରସାଦ ଗୋଷ୍ଠି ଅଧିକାରୀ ତାଙ୍କୁ ଭତାଟିଏ ତୁରନ୍ତ ପ୍ରଦାନ କରିବାପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଏଥି ମଧ୍ୟରେ ଏକ ବର୍ଷ ବିତି ଯାଇଛି । ମୃତ ସ୍ୱାମୀଙ୍କ ବାର୍ଷିକ କାର୍ଯ୍ୟକ୍ରମ ସରିଛି ହେଲେ ବର୍ଷେ ପରେ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତ ମିଳିନଥିବା ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି । ଅସହାୟ ହୋଇପଡିଥିବା କନକଙ୍କ ପ୍ରତି ସହାୟ ହୋଇ କିଛି ସରକାରୀ ସୁବିଧା ପ୍ରଦାନ କରିବା ଆବଶ୍ୟକ ବୋଲି ସାହିବସିନ୍ଦା ପ୍ରକାଶ କରିଛନ୍ତି ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Comments (0)
Add Comment