କଦୋଦରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୫ ୟୁନିଟ ରକ୍ତ ସଂଗ୍ରହ ।

କଦୋଦରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୫ ୟୁନିଟ ରକ୍ତ ସଂଗ୍ରହ ।

ଉଲୁଣ୍ଡା,୦୯/୦୯(ପିପିଟି); ଏବେ କରୋନା କଟକଣା ଯୋଗୁଁ ଜିଲ୍ଲାରେ ଦେଖାଦେଇଥିବା ରକ୍ତର ଅଭାବକୁ ଦୂର କରି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଦୋଦର ଠାରେ ମାଁ ଉମାଦେବୀ ଯୁବକ ସଙ୍ଘ ଓ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ମାଁ ଉମାଦେବୀ ବିଦ୍ୟାପୀଠ ସ୍କୁଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ତ୍ରିପୁରାରୀ ଦେହୁରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିବାବେଳେ କଦୋଦର ସରପଞ୍ଚ ମୟୂରୀ ବାଘ,ଯୁବ ବ୍ୟବସାୟୀ ସଂଜୀବ ଦେହୁରୀ,ସ୍ୱାସ୍ଥ୍ୟ କର୍ମୀ ପ୍ରଭାବତୀ ପଣ୍ଡା,ଗାଁ ସ୍ୱାସ୍ଥ୍ୟ ସମୀକ୍ଷା ସଂଯୋଜକ ସମ୍ଭୁରାଜ କର୍ଣ୍ଣ,ଓଡିଶା ରକ୍ତଦାତା ସଂଘର ସଦସ୍ୟ ମନୋଜ ପଣ୍ଡା ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଡାକ୍ତର ବିଶ୍ୱନାଥ ରଥ,ଟେକ୍ନିସିଆନ ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଦରୁଆନ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ମାଁ ଉମାଦେବୀ ଯୁବକ ସଙ୍ଘର ସଭାପତି ସଚ୍ଚିତାନନ୍ଦ ଦେହେରି,ସଦସ୍ୟ ବିଶ୍ୱଜିତ ବଡ଼ମାଲି,ସୁଶାନ୍ତ ଦେହେରି, ବାଳମୁକୁନ୍ଦ ବାରିକ, ସର୍ବେଶ୍ୱର ଦେହେରି ପ୍ରମୁଖ ସାହାଯ୍ୟ କରିଥିଲେ । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Comments (0)
Add Comment