କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଶୋକ ।

ପୋଲସରା,୧୮/୧୧ (ପିପିଟି) ଓଡିଶାର ସୁପରିଚିତ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରସ୍ଥିତ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ, ସାହିତ୍ୟିକ ଏବଂ ସାମ୍ବାଦିକ ତ୍ରିଲୋଚନ ପଣ୍ଡା ଗଭୀର ଶୋକବ୍ୟକ୍ତ କରିଥିବା ସହ ଓଡିଶାରୁ ସଙ୍ଗୀତ ଜଗତରୁ ଏକ ଉଜ୍ଜଳ ତାରକା ଟିଏ ସବୁଦିନ ପାଇଁ ଲିଭିଗଲା ବୋଲି ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଏହି ଯେ ସ୍ବର୍ଗତ ସାଗର ଦୀର୍ଘଦିନ ହେଲା କିଡ଼ନୀ ଏବଂ ଲିଭର ଜନିତ ରୋଗରେ ପୀଡିତ ଥିଲେ । ପୂର୍ବରୁ ସେ କଟକର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଦିନକୁଦିନ ସ୍ୱାସ୍ଥ୍ୟର ଅବନତି ଘଟିବାରୁ ତାଙ୍କୁ ଶୁକ୍ରବାର ଦିନ ସ୍ଥାନାନ୍ତର କରି ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା କରାଯାଉଥିଲା । ଚିକିତ୍ସା ସମୟରେ ହିଁ ତାଙ୍କରି ବିୟୋଗ ଘଟିଥିଲା । ବିୟୋଗ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିବା ବେଳେ ୨୦୧୨ ମସିହା ଠାରୁ ସେ ସଙ୍ଗୀତ ଜଗତକୁ ଆସି ଶତାଧିକ ଓଡ଼ିଆ ସଙ୍ଗୀତ କଣ୍ଠଦାନ କରି ଓଡିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସୁପରିଚିତ ହୋଇପାରିଥିଲେ । ଏ ଦୁଃଖଦ ଖବର ପ୍ରଚାରିତ ହେବାପରେ ସାରା ଓଡିଶାର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment