କଟରା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ନୂତନ ଡାକ୍ତର ନିଯୁକ୍ତି।

ତିର୍ତ୍ତୋଲ,୧୧/୦୬(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଲୋପାଥିକ ଡାକ୍ତର ଭାବେ ଆଶିଷ ପରିଡ଼ା ଯୋଗ ଦେବା ପରେ ସାଧାରଣରେ ନୂତନ ଆଶା ସଂଚାର ହୋଇଛି । ଦୁଇ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଡାକ୍ତର ପଦବୀ ସହ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପଦବୀ ପୂରଣ ନିମନ୍ତେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ପତ୍ର ସଂଖ୍ୟା – ୩୩୧୬/୧୦-୦୫-୨୦୨୧ ରେ ନିଵେଦନକାରୀ ସୁଜିତ ଆଚାର୍ଯ୍ୟଙ୍କୁ ପତ୍ର ଦ୍ଵାରା ସୂଚନା ଦେଇଥିଲେ । ନୂତନ କାର୍ଯ୍ୟଭାର ନେବା ପରେ ଆଜି ଡା. ଆଶିଷ ପରିଡ଼ାଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ପୂର୍ଵତନ ସରପଞ୍ଚ ଅମିୟ ରଂଜନ ବଳ । ଖାଲି ପଡ଼ିଥିବା ଏହି ପଦବୀ ପୂରଣ ନିମନ୍ତେ ମିଳିଥିବା ପ୍ରତିଶ୍ରୁତିକୁ ତତ୍ପରତା ସହ ପାଳନ କରିଥିବାରୁ ରାଜ୍ୟ ସରକାରଙ୍କୁ ତଥା ନିବେଦନକାରୀ ସୁଜିତ୍ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଅଧିବାସୀଙ୍କ ତରଫରୁ ପୂର୍ବତନ ସରପଞ୍ଚ ଅମିୟ ରଞ୍ଜନ ଵଳ ।

( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment