କଟରା ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ।

ତିର୍ତ୍ତୋଲ,୧୨/୦୧(ପିପିଟି); ବହୁ ବିବାଦ ପରେ କଟରା ପଞ୍ଚାୟତର ସନ୍ଥଵିନୋଵା ସେବା ସମବାୟ ସମିତି ଧାନ ମଣ୍ଡି ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ଶିତିକଣ୍ଠ ସ୍ଵାଇଁ,ସମିତି ସେକ୍ରେଟାରୀ ପ୍ରମୋଦ କୁମାର ଦାଶ, ତିର୍ତ୍ତୋଲ କୋ-ଅପରେଟିଭ୍ ଇନ୍ସପେକ୍ଟର ଶିବଚରଣ ମହାନ୍ତି, ସନ୍ଥଵିନୋଵା ସେବା ସମବାୟ ସମିତି ପ୍ରଶାସକ ଧ୍ରୃଵଚରଣ ମହାନ୍ତି, ତିର୍ତ୍ତୋଲ ଶାଖା ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ ମ୍ୟାନେଜର ଫକୀର ଚରଣ ସ୍ଵାଇଁ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଜଗତସିଂହପୁର ସୁଭଦ୍ରା ପଟ୍ଟନାୟକ, କ୍ଷେତ୍ର ଅଧିକାରୀ ରମେଶ କୁମାର ଦଲାଲ, ସମିତି ସଭ୍ୟ ବାଇଧର ବଳ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ସରପଞ୍ଚ ଅମିୟ ରଞ୍ଜନ ବଳ, କୃଷକ ନେତା ଲକ୍ଷ୍ମୀଧର ନାୟକ, ପ୍ରୀତିରଂଜନ ସ୍ବାଇଁ ଓ ସ୍ଥାନୀୟ ଅଞ୍ଚଳର କୃଷକ ତଥା ବ୍ୟାଙ୍କ ଜମାକାରୀ ଏହି ଉତ୍ସବରେ ଯୋଗଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ସମବାୟ ସମିତି ଅଧୀନରେ କାର୍ଯ୍ୟ କରୁଥିବା ମିନିଵ୍ଯାଙ୍କରୁ ଶତାଧିକ ଜମାକାରୀଙ୍କ ଟଙ୍କା ଚଞ୍ଚକତା ଭାବେ ହଡ଼ପ ହୋଇଥିବା ଗତବର୍ଷ ଜଣାପଡିବା ପରଠାରୁ ଏହି ବ୍ୟାଙ୍କ ବନ୍ଦ ରହିଥିଲା । ଜମାକାରୀ ଏ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଜମାକାରୀ ସେମାନଙ୍କ ଜମା ଟଙ୍କା ଅଦ୍ୟାବଧି ପାଇଁ ପାରିନାହାଁନ୍ତି । ଜମାକାରୀଙ୍କ ବିରୋଧ ଯୋଗୁଁ ଧାନମଣ୍ଡି କାର୍ଯ୍ୟରେ ବାଧା ଉପୁଜିବା ଦେଖି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଜଗତସିଂହପୁର ସୁଭଦ୍ରା ପଟ୍ଟନାୟକ ଆଜି ଠାରୁ ଏଠାରେ ବ୍ୟାଙ୍କ କାର୍ଯ୍ୟ ଚଳାଇବାକୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ଓ ଜମା ଟଙ୍କା ସହ ହଡ଼ପ ହୋଇଥିବା ଟଙ୍କା ସମସ୍ତେ ପର୍ଯ୍ୟାୟ କ୍ରମେ ଫେରି ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହ ଜମାକାରୀଙ୍କ ଟଙ୍କା ହଡ଼ପ କରିବାରେ ସାମିଲ ଥିବା କାର୍ଯ୍ୟକର୍ତ୍ତା ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ଉଦଘାଟନ ଉତ୍ସବକୁ ଆସିଥିବା ଜନସାଧାରଣଙ୍କ ଆଗରେ ପ୍ରତିଶ୍ରୁତି ଦେଇଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Comments (0)
Add Comment