ପାଗା,୦୮/୧୦: କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରଣୀତ ଏମ ଏମ ଡ଼ି ଆର ସଂଶୋଧନ ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ବାମପନ୍ଥୀ, ଅଖିଳ ଭାରତୀୟ କୃଷି ଏବଂ ଗ୍ରାମୀଣ ଶ୍ରମିକ ସଂଘ , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସ ଦଳ ପକ୍ଷରୁ ୧୨ଘାଣ୍ଟିଆ ଓଡିଶା ବନ୍ଦ ଡାକରା ର ପ୍ରଭାବରେ କଟକ ରେ ବନ୍ଦ ପାଳନ କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଙ୍କ ଡାକରାରେ କଟକ ୮ ନମ୍ବର ବ୍ଲକ
ସଭାପତି ଅଲେଖ ଚନ୍ଦ୍ର ବେହେରା ଙ୍କ ଆହ୍ୱାନ କ୍ରମେ ମୁଖ୍ୟ ମୁଖପାତ୍ର କଟକ ନଗର କଂଗ୍ରେସ୍ କମିଟି ର ମାନସ ପରିଡ଼ା, ପୂର୍ବତନ ସମିତି ସଭ୍ୟ ଉଦୟ କେଶରୀ ବର୍ମା, ଦୁର୍ଯ୍ୟୋଧନ ପ୍ରଧାନ ୪୯ ନମ୍ବର ଓ୍ବାର୍ଡ ର ସଭାପତି ଙ୍କ ସହିତ ବହୁ କଂଗ୍ରେସ ଦଳର କର୍ମୀ ନେତା ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି। ଆମ୍ବୁଲାନ୍ସ ,ଅଗ୍ନିଶମ ବାହିନୀ, ତଥା ଅନ୍ୟ ଜରୁରୀକାଳୀନ ସେବା କୁ ବାଦ ଦେଇ ସ୍କୁଲ, କଲେଜ, ଛୋଟବଡ଼ ଦୋକାନ ବଜାର କାର୍ଯ୍ୟାଳୟ ଗୁଡିକ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ର ମୁଖ୍ୟ ପ୍ରସଙ୍ଗ ରହିଛି।
ଚାରି ଦାବି କୁ ନେଇ ଇଣ୍ଡିଆ ବ୍ଳକର ଆଜି ଓଡ଼ିଶା ବନ୍ଦ।
ରେଳ ବସ୍ ସମେତ ଯାନବାହନ ବନ୍ଦ ପାଇଁ ଆହ୍ବାନ ଦେଇଥିବା ବେଳେ
ହସ୍ପିଟାଲ ଆମ୍ବୁଲାନ୍ସ ସମେତ ଅନ୍ୟ ଜରୁରୀ ସେବା ବନ୍ଦରୁ ବାଦ ପଡିଛି।
ଏସଆଇଆର ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି।
ଏମଏମଡିଆର ଆଇନ ସଂଶୋଧନ ପ୍ରତ୍ୟାହାର ଦାବିରେ ଓଡ଼ିଶା ବନ୍ଦ।
ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଇଣ୍ଡିଆ ବ୍ଲକର ବନ୍ଦ।
ପାଠ୍ୟପୁସ୍ତକ ଅନିୟମିତତା ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି।
ତେବେ ଆନ୍ଦୋଳନକାରୀ ଙ୍କୁ ବିଭନ୍ନ ସ୍ଥାନ ରୁ ପୋଲିସ୍ ଉଠାଇ ନେଇଥିବା ଜଣାପଡିଛି।