କଟକଣା ଯୋଗୁଁ ହୋଲି ଫିକା ପଡ଼ିଲା ।

ଭଞ୍ଜନଗର, ୨୯/୦୩(ପିପିଟି); କରୋନା ର ଦ୍ଵିତୀୟ ଲହର ପ୍ରଭାବରେ ପୁଣି ବହୁ ପଜିଟିଭ କେଶ ସାମ୍ନାକୁ ଆସୁଥିବାରୁ ପ୍ରଶାସନ ତରଫରୁ କୋଭିଡ଼ କଟକଣା ଜାରି କରାଯାଇଛି।ଯାହାଫଳରେ ଦୋଳ ପୂର୍ଣ୍ଣିମା,ମେଲଣ ଓ ହୋଲି ପର୍ବକୁ ସାମୁହିକ ଭାବେ ପାଳନ ଉପରେ ରୋକ ଲଗାଯାଇଛି। କେବଳ ଘରେ ରହି ହୋଲି ଖେଳିବାକୁ ଅନୁମତି ଦିଆଯାଇଥିଲା।ଫଳରେ ଚଳିତ ବର୍ଷ ହୋଲିକୁ ନେଇ ସମସ୍ତଙ୍କ ମନରେ ଥିବା ଆନନ୍ଦ ଉଲ୍ଲାସ ଫିକା ପଡିଯାଇଥିଲା।ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ହୋଲିକୁ ନେଇ ପିଲାଙ୍କ ଠାରୁ ଯୁବକ ମାନଙ୍କ ପର୍ଯ୍ୟନ୍ତ ବିଶେଷ ଆନ୍ତରିକତା ନଥିବା ଦେଖା ଯାଇଥିଲା। ଆଗରୁ ବିଭିନ୍ନ ସାହିର ଯୁବଗୋଷ୍ଠୀ ହୋଲି ଖେଳିବା ସହ ବିଭିନ୍ନ ବେଶ ପଟୁଆରରେ ବାହାରି ନାଚ ଗୀତ ମାଧ୍ୟମରେ ବୁଲି ସହର ପରିକ୍ରମା କରି ଶେଷରେ ଭଞ୍ଜନଗର ଜଳ ଭଣ୍ଡାର, ନଦୀ ଓ ପୋଖରୀରେ ଗାଧେଇ ଖୁସି ମନରେ ଘରକୁ ଫେରୁଥିଲେ। ହେଲେ ଏବେ ସେସବୁ କିଛି ନାହିଁ। ରାସ୍ତା ଘାଟ ରେ ଅଳ୍ପ କିଛି ଲୋକ ଓ ପିଲା ମାନେ ହିଁ ରଙ୍ଗ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା।ସତର୍କତା ଦୃଷ୍ଟିରୁ ପୋଲିସ ତରଫରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment