ସାନଖେମୁଣ୍ଡି,୧୨/୦୮(ପିପିଟି): ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଆଜାଦି କା ଆମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଜାତୀୟ ପତାକା ଧରି ” ହର ଘର୍ ତ୍ରିରଙ୍ଗା ” ସ୍ଲୋଗାନ ଦେଇ ଘର୍ ଘର ବୁଲି ଲୋକ ମାନଙ୍କୁ ଜାତୀୟ ପତାକା ବଣ୍ଟନ କରିବା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗେଇବା ପାଇଁ ସଚେତନ କରାଇଥିଲେ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଛାତ୍ରଛାତ୍ରୀ ଏବଂ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ରୋଡ ସୋ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )