କଇରାଝୁଲି ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ।

ସୁବର୍ଣ୍ଣପୁର,୨୭/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇରାଝୁଳିରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଚନ୍ଦ୍ର ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜାଲୋଏ କ୍ଲଷ୍ଟର କେନ୍ଦ୍ର ସଂଯୋଜିକା ବୃନ୍ଦାବତୀ ଜଗଦଲା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ୍ୟ ଲେଖରାଜ ସାଗର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ପଧାନ, ମୋ ସ୍କୁଲ ଅଭିଯାନ ସଭାପତି କ୍ଷେତ୍ରବାସୀ ଜଗଦଲା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଶ ପ୍ରସାଦ କଲତା, ମକରଧ୍ୱଜ ପଧାନ, ବିଶିକେଶନ ମହାକୁର, ଗୌର କର୍ଣ୍ଣ, ସନେକ ସାଗର, ରଶ୍ମିତା ଭୋଇ, ରଶ୍ମିତା ପଧାନ, ସୁବାସ ମହାକୁର ପ୍ରମୁଖ ଉପସ୍ଥିତ ରହି କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ। ବରିଷ୍ଠ ଶିକ୍ଷକ କିଶୋର ସାହୁ, ଜିତେନ୍ଦ୍ର ପର୍ଡିଆ,ସୁଦର୍ଶନ ଭୁକ୍ତା, ପ୍ରମୋଦ ସାହୁ ପ୍ରଭାସ ମେହେର, ନରସିଂହ ପଣ୍ଡା,ରଞ୍ଜିତା ପାଣିଗ୍ରାହୀ ବିଦ୍ୟାଳୟ କର୍ମଚାରୀ ନିର୍ମଳ ଜଗଦଲା, ନରେନ୍ଦ୍ର ପଧାନ, ଅଞ୍ଜଳି ମେଣ୍ଡିଲି ଏବଂ ଅଭିଭାବକ, ଅଭିଭାବିକା ମାନେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୋଷାକ ବିତରଣରେ ପୂର୍ଣ୍ଣ ସହଯୋଗ କରିଥିଲେ। ଶିକ୍ଷା ବର୍ଷ ଆରମ୍ଭରୁ ପୋଷାକ ବିତରଣ କରାଯାଇଥିବାରୁ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment