କଂଗ୍ରେସ ଦଳ ଛାଡି ବିଜେଡ଼ିରେ ମିଶିଲେ ଡେଙ୍ଗାଡ଼ି ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ।

ସାନଖେମୁଣ୍ଡି,୧୪/୦୩(ପିପିଟି): ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଡେଙ୍ଗାଡି ପଞ୍ଚାୟତର ସରପଞ୍ଚ ଶିବ ସ୍ୱାଇଁ , ସମିତିସଭ୍ୟ ବାସନ୍ତି ପ୍ରଧାନ , ଅରୁଣ ସ୍ୱାଇଁ , ଛେନା ପ୍ରଧାନ କଂଗ୍ରେସ ଦଳର ହାତ ଛାଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ସାମିଲ ହେଲେ । ଉକ୍ତ ମିଶ୍ରଣ ଉତ୍ସବରେ ପୁର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନଦେବୀ ,ବିଜେଡ଼ି ବ୍ଲକ ସଭାପତି ମାଧବ ରାଉତ ୬୧ନମ୍ବର ଜୋନ ଜିଲ୍ଲା ପରିଷଦ ଅମିନ ପ୍ରଧାନଙ୍କ ସମେତ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment