ଭଞ୍ଜନଗର, ୦୫/୧୧(ପିପିଟି): ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶାର ୧୩ ସଂସଦୀୟ କ୍ଷେତ୍ର ପାଇଁ ପଛୁଆ ବର୍ଗ ସେଲ୍ ପକ୍ଷରୁ ସଂଯୋଜକ ନିଯୁକ୍ତି ଦିଆଯାଇଛି।ଏଥିରେ କନ୍ଧମାଳ ଲୋକ ସଭା ସଂସଦୀୟ କ୍ଷେତ୍ର ପାଇଁ ପଛୁଆବର୍ଗ ସଂଯୋଜକ ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ଯୁବନେତା ପ୍ରଶାନ୍ତ ବିଶୋୟୀଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଏଭଳି ଦାୟିତ୍ବ ପ୍ରଦାନ କରିଥିବାରୁ ସେ ଏଆଇସିସି ସଦସ୍ୟ ବିସ୍ମୟ ମହାପାତ୍ର,ପିସିସି ସଭାପତି ଶରତ ପଟ୍ଟନାୟକ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ମାନସ ଚୌଧୁରୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି।ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନକୁ ଅଧିକ ମଜବୁତ କରିବା ପାଇଁ ଉଦ୍ୟମ କରିବେ ବୋଲି ନବ ନିଯୁକ୍ତ ସଂଯୋଜକ ଶ୍ରୀ ବିଷୋୟୀ କହିଛନ୍ତି।
ରିପୋର୍ଟ -(ଜେ. କେ ପଟ୍ଟନାୟକ)