କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ହେଲେ ବିକ୍ରମ ।

ଭଞ୍ଜନଗର,୦୬/୦୩(ପିପିଟି): ଭଞ୍ଜନଗର ପୌର ନିର୍ବାଚନ ସକାଶେ ବିଜେଡ଼ିର ସମସ୍ତ ପ୍ରାର୍ଥୀ ରବିବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।୭ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ କୁନେଇ ତତ୍ପରତା ପ୍ରକାଶ ପାଇଛି।କଂଗ୍ରେସ ଦଳ ତରଫରୁ ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀଙ୍କ ଭାଇ ବିକ୍ରମ ବିଷୋୟୀଙ୍କୁ ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।ସେ ପୂର୍ବରୁ କଂଗ୍ରେସ ଦଳର ଜଣେ ଯୁବନେତା ଭାବେ ବହୁ କାର୍ଯ୍ୟ ସମ୍ପାଦନ କରିଥିବାରୁ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବା ଜଣାପଡ଼ିଛି। ସେହିପରି ବିଜେପି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଚୂଡାନ୍ତ ହୋଇ ପାରି ନଥିବା ଜଣାପଡ଼ିଛି। ଆଜି ରାତି ସୁଦ୍ଧା ଦଳର ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଆଲୋଚନା କରି ପ୍ରାର୍ଥୀଙ୍କ ନାମଘୋଷଣା କରାଯିବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment