ଓ ଏ ଏସ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଜ୍ୟୋତି ଓ ସମୁଦ୍ର ଙ୍କୁ ସୋନପୁର ରେ ସମ୍ବର୍ଧନା ।

ସୁବର୍ଣ୍ଣପୁର ,୨୧/୧୦(ପିପିଟି):ଓ ପି ଏସ ଇ ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ର ଜ୍ୟୋତି ରଂଜନ ଭୋଇ ଙ୍କୁ ଆଜି ସାନ ଝିଂକି ବାସ ଭବନ ରେ ପରିବାର, ଆତ୍ମୀୟ ସ୍ଵଜନ ଓ ଗ୍ରାମ ବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସୋନପୁର ବ୍ଲକ୍ ରେ କିରାଣୀ ଭାବେ କାର୍ଯ୍ୟରତ ଥିବା ବାପା ଦୈତ୍ୟ ଦେବ ଭୋଇ ଓ ମାତା ଜୟଶ୍ରୀ ଭୋଇ ଙ୍କ ସୁପୁତ୍ର ଅଟନ୍ତି ଶ୍ରୀମାନ ଜ୍ୟୋତି l ପ୍ରଥମେ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଓ ଅଜା ସମେତ ବାପା ମା ଙ୍କୁ ଏ ସଫଳତା ର ଶ୍ରେୟ ଦେବି ବୋଲି ଆଜି ସାମ୍ୱାଦିକ ଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ ଜ୍ୟୋତି l ପ୍ରଥମ ଥର ଓ ଏ ଏସ ପରୀକ୍ଷା ରେ ୩୭୨ ନମ୍ୱର୍ ରେଙ୍କ ରେ ଓ ଜନ ସୂଚିତ ଜାତି ଭାବେ ୪ ନମ୍ୱର୍ ରେଙ୍କ୍ ରେ ସଫଳ ହୋଇ ଥିବା ଜ୍ୟୋତି ପ୍ରଥମେ ବୃଦ୍ଧ ବୃଦ୍ଧା, ତଳ ସ୍ତର ର ସଧାରଣ ଜନତା ଙ୍କୁ ଉତ୍ତମ ସେବା ଦେବାକୁ ଓ ବିଶେଷ କରି ଶିକ୍ଷା କ୍ଷେତ୍ର ରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି ବୋଲି କହି ଭାବ ପ୍ରବଣ ହୋଇ ଯାଇ ଥିଲେ l ପୁଅ ଆଗକୁ ଜଣେ ଆଇ ଏଫ୍ ଏସ ଅଫିସର ହୋଇ ଜଙ୍ଗଲ ପରିବେଶ ସୁରକ୍ଷା ର ଗୁରୁ ଦାୟିତ୍ୱ ବହନ କରିବାକୁ ଶୁଭ କାମନା ଜଣାଇ ଛନ୍ତି ବାପା ଦୈତ୍ୟ ଦେବ l ପୁଅର ସଫଳତା ଖବର ପରେ ଶ୍ରୀ ଭୋଇ ଙ୍କ ପରିବାର ଓ ସାନ ଝୀଙ୍କୀ ଗାଁ ଗତ କାଲି ଠୁଁ ଉତ୍ସବ ମୁଖର ହୋଇ ଉଠିଛି l ସେହି ପରି ୩୩ ରେଙ୍କ ହାସଲ କରି ସୁବର୍ଣ୍ଣପୁର ର ସୁରଥ ମିଶ୍ର ଓ ବେବି ଙ୍କ ସୁ ପୁତ୍ର ସମୁଦ୍ର ମିଶ୍ର ମଧ୍ୟ ମୂଳ ସ୍ଥାନ ବୌଦ୍ଧ ଜିଲ୍ଲା ଓ ବର୍ତ୍ତମାନ ବାସ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇ ଛନ୍ତି l ମୋର ପ୍ରଥମ ଚେଷ୍ଟା ରେ ଏ ସଫଳତା ହାସଲ କରିଥିବା ଓ ଏହାର ଶ୍ରେୟ ମୋ ବାପା ମାଆ କାକା ଖୁଡି ସାଙ୍ଗ ସାଥି ଓ ସିନିଅର ଙ୍କୁ ଦେବି ବୋଲି ସମୁଦ୍ର ମିଡ଼ିଆ ଙ୍କୁ କହିଥିଲେ l ସୋନପୁର ସେଣ୍ଟ ଆନି ସ୍କୁଲ୍ ରେ ମେଟ୍ରିକ୍ ରେ ଟପ୍ପର ହୋଇ ଥିବା ସମୁଦ୍ର ଯେଉଁଠି ଦାୟିତ୍ୱ ମିଳିବ ମୁଁ ଭଲ ରେ ଓ ଉତ୍ସର୍ଗୀ କୃତ ସର୍ଭିସ୍ ଦେବି ବୋଲି କହିଥିଲେ l ସେ ମଧ୍ୟ ସ୍ଵତନ୍ତ୍ର ଭାବେ ଶିକ୍ଷା ବିଭାଗ ର ସଂସ୍କାର ଆଣି ଏହା କୁ ଗୁରୁତ୍ଵ ଦେବାକୁ ସଂକଳ୍ପ ନେଇଥିବା ମିଡ଼ିଆ ଙ୍କୁ ମତ ଦେଇ ଥିଲେ l ଏ ଫଳାଫଳ ଓ ଭବିଷ୍ୟତ ଉଜ୍ବଳ ଥିବା କଥା ପୁଅ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଓ ଆହୁରି ରହିବ ବୋଲି ପ୍ରେରଣା ଦାୟୀ ସମୁଦ୍ର ଙ୍କ ଖୁଡି ପ୍ରଭାସିନୀ କହିଥିଲେ l ଓ ଏ ଏସ ପାଇବା ଖବର ପରେ ଶ୍ରୀମାନ ମିଶ୍ର ଓ ଶ୍ରୀମାନ ଭୋଇ ଙ୍କୁ ଜିଲ୍ଲା ତଥା ରାଜ୍ୟ ର ସମଗ୍ର ଅଞ୍ଚଳ ରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଜଣା ଯାଇଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment