ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ ନିର୍ବାଚନ,ସନ୍ତୋଷ ସଭାପତି, ନୀଳାଞ୍ଚଳ ସମ୍ପାଦକ ।

ଭଞ୍ଜନଗର,୧୮/୦୭(ପିପିଟି): ନିଖିଳ ଉତ୍କଳ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ, କେନ୍ଦ୍ର ପରିଷଦ ସର୍ବୋଚ୍ଚସ୍ତରରର ନିର୍ବାଚନ ଆଗାମୀ ପାଞ୍ଚ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନ୍ତୋଷ କୁମାର ଜେନା, ସଭାପତି, କଇଣ୍ଡି ଅଂଚଳ (ଭଞ୍ଜନଗର) ବୃନ୍ଦାବନ ଖଟେଇ, ଉପସଭାପତି (ମହୁରୀ ଅଂଚଳ) ବ୍ରହ୍ମପୁର, ନୀଳାଂଚଳ ପୋଲେଇ, ସମ୍ପାଦକ ସିଦ୍ଧେଶ୍ୱର ଅଂଚଳ (ଖଲିକୋଟ) ଅନ୍ତର୍ଯ୍ୟାମୀ ସ୍ୱାଇଁ, ସଂଗଠନ ସମ୍ପାଦକ, ବେତାରସିଂ ଅଂଚଳ (ବୁଗୁଡ଼ା) ସତ୍ୟ ନାରାୟଣ ସ୍ୱାଇଁ, ମୁଖ୍ୟ ସଂଗଠକ, ଆସିକା ଅଂଚଳ, ବିଭୂତି ଭୂଷଣ ଜେନା କୋଷାଧ୍ୟକ୍ଷ କଇଣ୍ଡି ଅଂଚଳ (ଭଞ୍ଜନଗର) ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ନବ ଗଠିତ ସର୍ବୋଚସ୍ତର କମିଟିକୁ ପୂର୍ବତନ କେନ୍ଦ୍ର ପରିଷଦ ସଭାପତି କୋରାନାଥ ସ୍ୱାଇଁ କୁଳଦେବତା ବିଶ୍ୱରୂପୀ ଭଗବାନଙ୍କ ସମ୍ମୁଖରେ ଶପଥ ପାଠ କରାଇଥିଲେ । ଏଥିରେ ମହୁରୀ ଅଂଚଳ, କଇଣ୍ଡି ଅଂଚଳ, ଖେମୁଣ୍ଡି ଅଂଚଳ, ଧରାକୋଟ ଅଂଚଳ, ସିଦ୍ଧେଶ୍ୱର ଅଂଚଳ, ଆଠଗଡ଼ ଅଂଚଳ, ବେତାର ସିଂ ଅଂଚଳ, ବନ୍ଥପଲ୍ଲୀ ଅଂଚଳ, ସୋରଡ଼ା ଅଂଚଳ ଓ ଆସିକା ଅଂଚଳ, କୋଟପାଡ଼ ଅଂଚଳ, ଭବାନୀପାଟଣା ଅଞ୍ଚଳ, ନୟାଗଡ଼ ଅଞ୍ଚଳ ଓ ରାଉରକେଲା ଅଞ୍ଚଳର କର୍ମକର୍ତ୍ତା ଯୋଗଦେଇଥିଲେ । କେନ୍ଦ୍ର ପରିଷଦକୁ ତିନିଜଣ ମନୋନୀତ ସଭ୍ୟ ବୃନ୍ଦାବନ ଖଟେଇ, ପ୍ରଫୁଲ୍ଲ ଚନ୍ଦ୍ର ମଳିକ ଓ ସରୋଜ କୁମାର ପ୍ରଧାନ । ନିର୍ବାଚନ କାର୍ଯ୍ୟକୁ ନିର୍ବାଚନ ଅଧିକାରୀଭାବେ ପୂର୍ବତନ ସଭାପତି କୋରାନାଥ ସ୍ୱାଇଁ ଓ ଉପସଭାପତି ରଞ୍ଜନ ପୋଲାଇ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଜଗବନ୍ଧୁ ଜେନା, ସୁବାସ ଚନ୍ଦ୍ରତାରିଣୀ, ଅନୀଲ କୁମାର ସ୍ୱାଇଁ, ସୀତାରାମ ଜେନା, ଯୋଗେନ୍ଦ୍ର ପ୍ରଧାନ, ଗୁରୁନାଥ ବିଷୋୟୀ, ଗଙ୍ଗାଧର ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment