ବେଲଗୁଣ୍ଠା,୦୯/୦୩(ପିପିଟି);ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଆସନ୍ତା ଶିକ୍ଷା ବର୍ଷରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ମଙ୍ଗଳବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ର କ୍ଷତ୍ରିୟବରପୁର ପଞ୍ଚାୟତ ଅଧୀନସ୍ଥ ପ୍ରତାପ ଲକ୍ଷ୍ମଣପୁର ଶାସନ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ୮୦ଟି ସିଟ୍ ରେ ନାମ ଲେଖାଇବା ନିମନ୍ତେ ୧୯୫ ଆବେଦନକାରୀଙ୍କ ମଧ୍ୟରୁ ୧୯୪ ଜଣ ଏବଂ ନବମ ଶ୍ରେଣୀର ୨ ଟି ସିଟ୍ ପାଇଁ ତିନି ଜଣ ଆବେଦନକାରୀ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ନମ୍ରତା ମଞ୍ଜରୀ ପାଢୀ, ରଶ୍ମିତା ସ୍ୱାଇଁ, ପ୍ରାଚୀପ୍ରଭା ନାୟକ, ସୁଦର୍ଶନ ଜୟ ସିଂ,ବର୍ଷାରାଣୀ ଦଳେଇ, ସନ୍ତୋଷ କୁମାର ସାହୁ, ରବି ନାରାୟଣ ଗୌଡ, ଦୁର୍ଗା ପ୍ରସାଦ ମିଶ୍ର ଏବଂ ପ୍ରଶାନ୍ତ କୁମାର ବାଡତ୍ଯାଙ୍କ ସମେତ ବିଦ୍ୟାଳୟ କର୍ମଚାରୀ ରାମଚନ୍ଦ୍ର ନାୟକ, ଲକ୍ଷ୍ମଣ ନାୟକ ଓ ସୁନିତା ସହଯୋଗ କରିଥିଲେ । ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସମ୍ପାଦିତ ହୋଇଥିଲା ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )