ଓସିଏସ ପରୀକ୍ଷାରେ ସଫଳତା ପାଇଁ ଇତିଶ୍ରୀଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ।

ଭଞ୍ଜନଗର, ୨୯/୦୫(ପିପିଟି):ଓପିଏସସି ଦ୍ୱାରା ପରିଚାଳିତ ଓସିଏସ-୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୨ଶହ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକର ଇତିଶ୍ରୀ ଜେନା କୃତିତ୍ୱ ଅର୍ଜନ କରିଛନ୍ତି। ସେ ଦ୍ଵିତୀୟ ଥର ଚେଷ୍ଟାକରି ୧୦ନଂ ରେଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।ତାଙ୍କର ଏହି ସଫଳତା ପାଇଁ ଆଜି ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପ୍ରାକ୍ତନ ଯନ୍ତ୍ରୀ ଅପୂର୍ବ ବାରିକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା,ରୋଟାରୀଆନ ସନ୍ତୋଷ କୁମାର ଜେନାଙ୍କ ସମେତ ଇନର ହୁଇଲ କ୍ଲବ ସଭାପତି ସୁନିତା ବାରିକ, କୃତି ଛାତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲା ପାଇଁ ଇତିଶ୍ରୀ ଗୌରବ ଅର୍ଜନ କରିଥିବାରୁ ତାଙ୍କର ଭବିଷ୍ୟତ ଉଜ୍ବଳମୟ ହେବା ସହ କୌଣସି ଚାପର ବଶବର୍ତ୍ତୀ ନହୋଇ ସମାଜର ଉନ୍ନତି ଓ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।ଭଞ୍ଜନଗର ରୋଟାରୀ କ୍ଲବର ଏଭଳି ପ୍ରଶଂସନୀୟ କାର୍ଯ୍ୟଦ୍ୱାରା ତାଙ୍କର ମନୋବଳ ବୃଦ୍ଧି ପାଇବା ସହ ଦେଶ ଓ ଜାତିର ଉନ୍ନତି ପାଇଁ ସେ ସବୁବେଳେ ଚେଷ୍ଟିତ ରହିବେ ବୋଲି ଇତିଶ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।ଏଥିରେ ଭଞ୍ଜନଗର ରୋଟାରୀ କ୍ଲବ ଓ ଇନର ହୁଇଲ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment