ମାଲକାନଗିରି,୧୯/୧୨(ପିପିଟି) :ଆଜି ମାଲକାନଗିରି ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ବାଙ୍କଟିଗୁଡା ଜିଏନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଠାରେ ଦ୍ବାଦଶ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବର ପୂର୍ବାହ୍ନରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଉଦଘାଟନ କରିଥିଲେ। ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର ନାଥ ଧର, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥ୍ୟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଏବିଇଓ ଗୈରାଙ୍ଗ ସଜନ, ବରିଷ୍ଠ ଶିକ୍ଷାବିତ ତଥା ଓଷ୍ଟା ର ପୂର୍ବତନ ସହ ସମ୍ପାଦକ ପଞ୍ଚାନନ ଗୌଡ,ଓଷ୍ଟାର ମାଲକାନଗିରି ଜିଲ୍ଲା ପ୍ରଭାରୀ ବିଜୟ କୁମାର ଭଟ୍ଟ ଯୋଗ ଦେଇଥିଲା ବେଳେ ଓଷ୍ଟାର ମାଲକାନଗିରି ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ ପୌରହିତ୍ୟ କରିଥିଲେ।
ଦୀର୍ଘ ୧୨ ବର୍ଷ ହେଲା ଓଷ୍ଟା ପକ୍ଷରୁ ସମସ୍ତ ଜିଲ୍ଲାରେ ଶିଶୁ ଉତ୍ସବ ପାଳନ କରିଆସୁଛି ନିଜ ଖର୍ଚ୍ଚରେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଅନ୍ବେଷଣ କରିବା। ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଠାରେ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଭା ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବର ସମାବେଶ କରିବା ଏବଂ ସେମାନଙ୍କୁ ପୁରସ୍କୃତ ପ୍ରଦାନ କରିବା। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ,ଗଳ୍ପ ଲିଖନ, କବିତା ଆବୃ, ସାଧାରଣ ଜ୍ଞାନ ପରୀକ୍ଷା,ଏକକ ଅଭିନୟ,କଣ୍ଠ ସଂଗୀତ, ବକୃତା, ନୃତ୍ୟ, ଚିତ୍ରାଙ୍କନ ଏବଂ କବିତା ରଚନା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା କେଶବ ଚନ୍ଦ୍ର ନାୟକ କହିଲେ ଯେ ଓଷ୍ଟା ପକ୍ଷରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ। ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲା ଶିଶୁ ମାନେ କଟକ ଠାରେ ଆୟୋଜିତ ଶିଶୁ ଉତ୍ସବରେ ଯୋଗଦେଇ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବେ। ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହିତ କବିତା ଗଳ୍ପ ପାଇଁ ଯେଉଁ ଉଦ୍ୟମ ଚାଲିଛି ସେ ଓଷ୍ଟାକୁ ଭୂୟସୀ ପ୍ରଶଂସା କରିଥିଲେ।ଓଷ୍ଟାର ମାଲକାନଗିରି ଜିଲ୍ଲା ପ୍ରଭାରୀ କହିଲେ ଯେ ଓଷ୍ଟା ତରଫରୁ କେବଳ ଯେ ପ୍ରତିଭା ଅନ୍ବେଷଣ ପାଇଁ ଶିଶୁ ଉତ୍ସବ କରାଯାଉ ନାହିଁ,ବନ୍ଯା ବିପନ୍ନଙ୍କୁ ମଧ୍ୟ ସହଯୋଗର ହାତ ବଢାଇ ଆସୁଛି। ଓଷ୍ଟା ଶିକ୍ଷକମାନଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଆନ୍ଦୋଳନ ମଧ୍ୟ କରି ଆସୁଛି। ଶିକ୍ଷାବିତ ପଞ୍ଚାନନ ଗୌଡ କହିଲେ ଶିଶୁ ହସିଲେ ଦୁନିଆ ହସିବ। ଶିଶୁ ହେଉଛି,ଏ ଦେଶର ନାଗରିକ। ଏଣୁ ଉତ୍ତମ ଶିକ୍ଷା ପାଇଲେ, ଜଣେ ଶିଶୁ ଆଗାମୀ ଦିନେ ସମାଜ ତଥା ଦେଶକୁ ସମୃଦ୍ଧ କରିବ। ଏଣୁ ଓଷ୍ଟା ପକ୍ଷରୁ ଏକ ମହତ୍ ଉଦ୍ଦେଶ୍ୟ ନେଇ ଶିଶୁ ଉତ୍ସବର ପରିକଳ୍ପନା ଅଟେ।ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥିମାନଙ୍କ ଦାରା କୃତି ଛାତ୍ରଛାତ୍ରୀମାନଙ୍କ ମାନପତ୍ର ଏବଂ ଫଳକ ଦେଇ ପୁରସ୍କୃତ କରାଯାଇଥିଲା। ଏହି ଶିଶୁ ଉତ୍ସବକୁ ଓଷ୍ଟା ର ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ, ସଂପାଦକ ମନୋଜ କୁମାର ମହାପାତ୍ର,ଅଜୟ କୁମାର ସ୍ଵାଇଁ, ଦୀନବନ୍ଧୁ ବେଜ,ଜି ଏନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗବନ୍ଧୁ ମିଶ୍ର, ସୂର୍ଯ୍ୟ କାନ୍ତ ପାଣିଗ୍ରାହୀ ପ୍ରମୁଖ ଆୟୋଜନ କରି ଥିବା ବେଳେ ଗୋଦାବରୀଶ ଦାସ, ଜିତୁ ରଞ୍ଜନ ସ୍ବାଇଁ,ରଘୁଦତ୍ତ ମହାପାତ୍ର, ମଦନ ମହାପାତ୍ର ଶିକ୍ଷକମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,)
ମାଲକାନଗିରି