ଭଞ୍ଜନଗର, ୧୩/୦୫(ପିପିଟି) : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଲାଠିପଡା ଗାଁ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଦୁର୍ଘଟଣା ଘଟି ଏକ ଟାଟା ଏସି ଗାଡ଼ି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବାଘଲିଙ୍ଗି ଗ୍ରାମର ବାଦଲ ଗୌଡ଼ (୧୫) ଏବଂ କେଶରିପାଟଣା ଗ୍ରାମର ଚନ୍ଦ୍ରମା ଗୌଡ଼ (୨୫)ବର୍ଷ।ବାଘ ଲିଙ୍ଗି ଗ୍ରାମରୁ ସାନ ବୋରସିଙ୍ଗି ଗ୍ରାମକୁ ଏକ ମାନସିକ ବୋଦା ଭୋଜି କରିବାକୁ ଆସୁଥିବା ବେଳେ କୁଲାଙ୍ଗୀ – କାଳିଆଗୁଡା ଗ୍ରାମ ମଝି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡରେ ଥିବା ଏକ ପୋଲକୁ ଧକ୍କା ଦେଇ ବିଲ ମଝିରେ ଓଲଟି ପଡିଥିଲା।ଫଳରେ ଗାଡ଼ିରେ ୨୦ ରୁ ଅଧିକ ଯାତ୍ରୀ ବସିଥିବା ବେଳେ ଜଣେ ମହିଳା ଓ ଜଣେ ନାବାଳକର ମୃତ୍ୟୁ ହୋଇଛି।ସାତ ଜଣ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଓ ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।ଭଞ୍ଜନଗର ଠାରେ ଚିକିତ୍ସିତ ହେଉଥିବା ୭ଜଣଙ୍କ ମଧ୍ୟରେ ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)