ଓର୍କେଲ ପୋଲିସ ଦ୍ବାରା ୨୨୫୬ କିଗ୍ରା ଗଞ୍ଜେଇ ଜବତ,୩ ଗିରଫ ।

ମାଲକାନଗିରି,ତା:୨୦/୦୯(ପିପିଟି): ଆଜି ଓର୍କେଲ ପୋଲିସ ଦ୍ବାରା ଏକ ଟ୍ରକରେ ୨୨୫୬ କିଗ୍ରା ଗଞ୍ଜେଇ ଚିତ୍ରକୋଣ୍ଡରୁ ରାଇପୁରକୁ ଚାଲାଣ ହେଉଥିବା ବେଳେ ୩ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ଆଜି ୩ଟା ୪୫ ମିନିଟ ସମୟରେ ଏସଆଇ କେ ସାହା ଏବଂ ପୋଲିସ ଦଳ ଯାନବାହାନ ତଦନ୍ତ କରୁଥିବା ବେଳେ ଗୋଟିଏ ଟ୍ରକ୍ ନଂ:ସିଜି-୦୭-ବିଏସ-୨୫୬୪ ଚିତ୍ରକୋଣ୍ତାରୁ ଆସୁଥିବା ଦୃଷ୍ଟି ଗୋଚର ହୋଇଥିଲା । ସନ୍ଦେହ ହେବାରୁ ଉତ୍ତ ଟ୍ରକକୁ ପୋଲିସମାନେ ଅଟକାଇଥିଲେ ।ଟ୍ରକଟି ଉପରେ ନୀଳ ରଙ୍ଗର ପଲିଥିନ୍ ଆବୃତ୍ତ ହୋଇଥିଲା । ଡ୍ରାଇଭର ବ୍ଯତୀତ ଦୁଇ ଜଣ ବ୍ଯକ୍ତି ଟ୍ରକ ପାର୍ଶ୍ବରେ ବସିଥିଲେ । ପୋଲିସ ତନଖି ବେଳେ ଟ୍ରକରେ କୋଇଲା ଲୋଡ ହୋଇଥିବା ଦେଖିବାକୁ ମିଳିଥିଲା । ଟ୍ରକ ଡାଲାର ବାମ ପାର୍ଶ୍ବରେ ଗୋଟିଏ କବାଟ ନିର୍ମାଣ ହୋଇଥିବା ପୋଲିସ ଦେଖିଥିଲା । ସେହି କବାଟ ଖୋଲିଲା ବେଳେ ତା ଭିତରେ ୯୪ ଗୋଟି ଗଞ୍ଜେଇ. ଭର୍ତ୍ତି ପ୍ଯାକେଟ ରହିଥିବା ଜଣା ପଡିଲା । ଯାହାର ଓଜନ ୨୨୫୬ କିଗ୍ରା ବୋଲି ପୋଲିସ ପ୍ରକାଶ କରିଛି ।ସେମାନଙ୍କ ଠାରୁ ୩ ଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ସେମାନେ ଚିତ୍ରକୋଣ୍ଡାରୁ ରାଇପୁରକୁ ଗଞ୍ଜେଇ ପରିବହନ କରୁଥିଲେ । ସେହି ୩ ଜଣ ଆସାମୀ ହେଲେ ଉତ୍ତର ପ୍ରଦେଶ ରାଜ୍ଯର ପ୍ରପଗଡ ଜିଲ୍ଲା ଅନ୍ତର୍ଗତ ଆମୁବାହୀ ଗ୍ରାମର ପବନ କୁମାର ପାଣ୍ଡେ (୨୫),ଉତ୍ତର ପ୍ରଦେଶ ରାଜ୍ଯର ମୁଲତାମପୁର ଜିଲ୍ଲା ଅନ୍ତର୍ଗତ ନିହାୟା ଗ୍ରାମର ଅମରଜୀତ ଯାଦବ (୨୬),ଉତ୍ତର ପ୍ରଦେଶ ରାଜ୍ଯ ପ୍ରପଗଡ ଜିଲ୍ଲା ଅନ୍ତର୍ଗତ ଆମୁଲୀ ଗ୍ରାମର କୃଷ୍ଣ ଯାଦବ(୨୧) । ଓର୍କଲ ଥାନା କେଶ ନଂ:୧୭୪/୨୦.୦୯.୨୦୨୧ ୟୁ/ଏସ ୨୦(ବି),ସି/୨୭ ଏ/୨୯/୨୫ ଏନଡିପିଏ ଆକ୍ଚ ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଜଡିତ ଅନ୍ଯ ଅପରାଧିମାନଙ୍କୁ ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ପୋଲିସ ଗଣ ମାଧ୍ଯମକୁ ସୂଚନା ଦେଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment