ଓପିଏମ ହାଇସ୍କୁଲ ୧୯୮୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ;ଦିବଙ୍ଗତ ଗୁରୁ ଏବଂ ସହପାଠିଙ୍କୁ ମନେ ପକାଇଲେ ।

ଝାରସୁଗୁଡା,୨୦/୦୨(ପିପିଟି):ଝାରସୁଗୁଡା ଜ଼ିଲ୍ଲା, ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ପେପର ମିଲ (ଓ ପି ଏମ)ବାଳକ ଓ ବାଳିକା,୧୯୮୧ ବେଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏମ. ସି.ଏଲ. ଜି. ଏମ. କାର୍ଯ୍ୟାଳୟ କଲୋନୀ ସ୍ଥିତ ରବୀନ୍ଦ୍ରଭବନ କଲ୍ୟାଣ ମଣ୍ଡପ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାଚର ୩୪ ଜଣ ସହପାଠୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଗୁରୁ ଏବଂ ସହପାଠୀଙ୍କ ସ୍ମୃତିରେ ୨ ମିନଟ ସମୟ ପାଇଁ ନିରବ ପ୍ରାର୍ଥନା କରାଯିବା ସହିତ ଅମର ଆତ୍ମାର ସଦଗତି କାମନା ଏବଂ ସମ୍ପୃକ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ପରେ ଅନୁଷ୍ଠିତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ପରସ୍ପର ମଧ୍ୟରେ ଦୀର୍ଘ ୧୧ ବର୍ଷ ବାଲ୍ୟ ସମୟ ର ବନ୍ଧୁତ୍ୱ ସ୍ମୃତିକୁ ଭାବ ଆଦାନ ପ୍ରଦାନ ଜରିଆରେ ସାଉଣ୍ଟିଥିଲେ । ଶେଷରେ ଆଗାମୀ ପ୍ରତିବର୍ଷ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା କାର୍ଯ୍ୟକ୍ରମଟି ସହପାଠୀ ଉପଗୁପ୍ତ ମିଶ୍ର (ମାମୁଲି) ଙ୍କ ଆବାହକତ୍ବରେ ଖୁବ ସୁନ୍ଦର ଭାବେ ସମ୍ପର୍ଣ ହୋଇଥିବା ବେଳେ, ଅକ୍ଷୟ କୁମାର ସିଂ, ବିଭୁତି ଭୂଷଣ ପଣ୍ଡା ଓ ଅମୁଲ୍ୟ ନିଧି ନାଥ ପ୍ରମୁଖ ସହପାଠୀ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Comments (0)
Add Comment