ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ପ୍ରତିଭା ସମ୍ମାନ ଉତ୍ସବ ।

ଭଞ୍ଜନଗର,୨୧/୦୮(ପିପିଟି): ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଚଳିତ ମାଟ୍ରିକ,ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମୋଟ ୧୧୦ଜଣ ଛାତ୍ରଛାତ୍ରୀଙ୍କୁ ଅଞ୍ଚଳ ସଭାପତି ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବେଲେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସଭାପତି ସନ୍ତୋଷ ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଜାତି ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ଭାବେ କେନ୍ଦ୍ର ପରିଷଦର ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଞ୍ଚଳ ପୋଲେଇ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମୁଖ୍ୟ ସଂଗଠନ ସତ୍ୟନାରାୟଣ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ଜେନା, ଅଞ୍ଚଳ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ଶିବରାମ ପ୍ରଧାନ, ତ୍ରିଲୋଚନ ବିଶୋଇ,ଉପଦେଷ୍ଟା ଶ୍ୟାମ ସୁନ୍ଦର ରଣସିଂହ, ସାମନ୍ତ ଖିରୋଦ କୁମାର ରଣସିଂହ ଯୋଗ ଦେଇଥିଲେ। ଏଥିସହ କେନ୍ଦ୍ର ପରିଷଦର ସାଧାରଣ ବୈଠକରେ ଆସନ୍ତା ମହାସଭା, ପ୍ରତିଭା ସମ୍ମାନ, ଉପଦେଷ୍ଟା ପଦ ଉପରେ ଆଲୋଚନା ହୋଇ କାଳୀ ଚରଣ ନାୟକଙ୍କୁ ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ଜଗବନ୍ଧୁ ଜେନା ତାଙ୍କୁ ଶପଥ ପାଠ କରାଇଥିଲେ।ଏହି ଅବସରରେ ମେଡିକାଲ ଅଫିସର ଡ଼. ତିରୁପତି ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଞ୍ଚଳର ପ୍ରାୟ ପାଞ୍ଚଶହ ଛାତ୍ର, ଛାତ୍ରୀ, ଅଭିଭାବକ ଓ ସମାଜ ଭାଇ ଯୋଗ ଦେଇଥିଲେ। ଶେଷରେ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment