ଓଡିଶା ରାଜ୍ୟ ସମବାୟ କୃଷିଗ୍ରାମ୍ଯ ଉନ୍ନୟନ ବ୍ଯାଙ୍କ ସଭାପତିଙ୍କ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ।

ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୨୫/୦୫, କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିବାରେ ଲାଗିଛି । ଓଡ଼ିଶା ସମେତ ସାରା ଦେଶରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷ୍ୟରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ବେଳେ ସେଗୁଡ଼ିକ  ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଭଳି ଦୃଷ୍ଟି ଗୋଚର ହେଉନାହିଁ । କରୋନା ଏବଂ ଏଥିଜନୀତ ଲକ୍‌ଡ଼ାଉନ୍ କାରଣରୁ ସାଧାରଣ ଜନତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାରା ଦେଶର ଗରିବ ମଣିଷ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛି । ପ୍ରବାସୀ ଓଡ଼ିଆ ମାନଙ୍କ ସୁଅ ଛୁଟିବାରେ ଲାଗିଛି ଗଞ୍ଜାମ ଜିଲ୍ଲାକୁ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ଓଡିଶା ରାଜ୍ୟ ସମବାୟ କୃଷିଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ସାନଖେମୁଣ୍ଡିର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲି ବୁଲି  କରେନା ଏବଂ ପରବର୍ତ୍ତୀ ଆତ୍ମନିୟୋଜନ ପାଇଁ ସମବାୟର ସୁବିଧା ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରୁଛନ୍ତି । ପ୍ରବାସୀ ମାନେ ଏ ସବୁ ଯୋଜନା ମାନରୁ କିପରି ବଞ୍ଚିତ ନ ହେବେ ସେଥିପ୍ରତି ଧ୍ୟାନ ଦେଇଛନ୍ତି ଶ୍ରୀ ସ୍ୱାଇଁ ।
ରିପୋର୍ଟ – ଆରତ କୁମାର ହୋତା ।

Comments (0)
Add Comment