ଓଡିଶା ମୋଟର ଚାଳକ ସଙ୍ଘ ଜଗତସିଂହପୁର ଶାଖା ତରଫରୁ ମାକ୍ସ ବଣ୍ଟନ ।

ଜଗତସିଂହପୁର:ତା:୧୫/୦୪(ପିପିଟି); ଆଜି ଅପରାହ୍ନ ୫ ଘଟିକା ସମୟରେ ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟରେ ଓଡିଶା ମୋଟର ଚାଳକ ସଙ୍ଘ ଜଗତସିଂହପୁର ଶାଖା ପକ୍ଷରୁ ଏକ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମାକ୍ସ ବଣ୍ଟନ କାର୍ଯ୍ୟକ୍ରମକୁ ଜଗତସିଂହପୁର ଥାନା ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସଂଘର ସଭାପତି ଅରୁଣ କୁମାର ମହାନ୍ତି , ସମ୍ପାଦକ ଦିଲ୍ଲୀପ ସ୍ବାଇଁ ,ସନ୍ତୋଷ ନନ୍ଦ, ବିଜୟ ମଲ୍ଲିକ,ଆର୍ତ୍ତ ପାତ୍ର,ନାରାୟଣ ସାହୁ ପ୍ରମୁଖ କର୍ମକର୍ତ୍ତା ଓ ଚାଳକ ମାନେ ଉପସ୍ଥିତ ରହି ମାକ୍ସ ବଣ୍ଟନ କରିବା ସହ ଜନସାଧାରଣଙ୍କୁ କୋଭିଡ ସଂକ୍ରାନ୍ତୀୟ ସଚେତନ କରିଥିଲେ ।

( ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment