ଓଡିଶା ବନ୍ଦ ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟିର ପ୍ରସ୍ତୁତି ବୈଠକ ।

ଜଗତସିଂହପୁର,୧୩/୦୨(ପପିପିଟି); ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଆସନ୍ତା ୧୫ତାରିଖ ସୋମବାର ଦିନ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ଆହ୍ୱାନ କ୍ରମେ ଆହେତୁକ ତୈଳ ଦର ଓ ଅତ୍ୟାବଶିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ମହନି ଚରଣ ରାଉତ, ଜଗତସିଂପୁରର ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ୍ ସାହୁ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ପରିଡା, ନିତ୍ୟାନନ୍ଦ ପଣ୍ଡା,ସର୍ବେଶ୍ବର ପଣ୍ଡା, ପ୍ରଶାନ୍ତ କୁମାର ମହାପାତ୍ର,ପ୍ରଦୀପ୍ତ କୁମାର ସାହୁ,ସଂଜୀବ ସ୍ବାଇଁ,ଅଦୈତ ଜେନା,ଡଃ ଜଗଦାନନ୍ଦ ବେହେରା,ସିବ ପ୍ରସାଦ ବେହେରା, ମହମ୍ମଦ ସମ୍ମିମ,ନିରଞ୍ଜନ ସେନ,ମାନସ ରଥ,ନିରଞ୍ଜନ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ,ସୁର୍ଦଶନ ବେହେରା,ଭକ୍ତ ଚରଣ ଦାସ, ଅର୍ତବନ୍ଧୁ ବିଶ୍ବାଳ, ବଲ୍ଲଭାନନ୍ଦ ସ୍ବାଇଁ,ନିହାର ରଂଜନ ନାୟକ,ନାରାୟଣ ନାୟକ, ଆଶିଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜଗତସିଂହପୁର ଜିଲ୍ଲାରେ ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ଏକ ସମ୍ମାଦିକ ସମ୍ମିଳନୀ ସିପି ସ୍ଥିତ ଜନସମ୍ପକ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment