ମାଲକାନଗିରି,୧୯/୦୪(ପିପିଟି): ଓଡିଶା ପୋଲିସ ଦ୍ବାରା ସ୍ବାଭିମାନ ଅଞ୍ଚଳରେ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୂକ୍ତ ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳ ଭାବେ ସୁପରିଚିତ ଏବଂ ପୂର୍ବର ବିଛିନ୍ନାଞ୍ଚଳରେ ବିଗତ ଦିନରେ ଲାଲ ବାହିନୀ ରାଜ ଚାଲିଥିଲା ବେଳେ ସେମାନଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଧିବାସୀଙ୍କୁ ମାଓ କାର୍ଯ୍ଯ କଳାପରେ ସଂପୃକ୍ତ କରାଉଥିଲେ । ଫଳରେ ଉକ୍ତ ଅଞ୍ଚରେ ମାଓବାଦୀଙ୍କ ଦବଦବା ଯୋଗୁଁ ବିକାଶରେ ବିରାଟ ପ୍ରତି ବନ୍ଧକ ସୃଷ୍ଟି ହେଉଥିଲା । ଧୀରେ ଧୀରେ ଲୋକେ ବୁଝିପାରି ମାଓବାଦୀଙ୍କ ହାତ ଛାଡ଼ି ସରକାରଙ୍କ ଆସ୍ତା ଭାଜନ ହେଲା । ମାଲକାନଗିରି ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନର ବିଶ୍ୱାସ ଭାଜନ ହୋଲା ପରେ ସ୍ବାଭିମାନ ଅଞ୍ଚଳରେ ସରକାରୀ ସ୍ତରରେ ସମସ୍ତ ପଦେକ୍ଷେପ ଗ୍ରହଣ କରାଯାଉଛି । ଫଳରେ ସ୍ୱାଭିମାନ ଅଞ୍ଚଳରେ ବିକାଶ ଧାରା ଧିରେ ଧିରେ ଆଗକୁ ଆଗକୁ ମାଡି ଚାଲିଛି । ଓଡିଶା ପୁଲିସ ସହାୟତାରେ ମାଲକାନଗିରି ଜିଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦିବେଦୀଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଆନୁକୂଲ୍ୟରେ ଏବଂ ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କ ପରିଚାଳନାରେ ମାଲକାନଗିରି ଆଡିସିନାଲ ଏସପି ମନୋଜ ସିଙ୍ଗ, ମାଲକାନଗିରି ଏଏନ ଇନ୍ସପେକ୍ଟର ହିମାଂଶୁ ବିଶୋଇ ଏବଂ ସ୍ଥାନୀୟ ଅଣ୍ଡିରାପାଲି,ପଣସପୁଟ ଓ ଯୋଡ଼ାମ୍ବ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଉପସ୍ଥିତିରେ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ ଅରାପଦର ଗ୍ରାମ ଠାରେ ସ୍ୱାଭିମାନ ଅଞ୍ଚଳର ଆଖ ପାଖ ପାଞ୍ଚ ଗୋଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ,ଗାଜୁଲୁମାମୁଡ଼ି, ଅଣ୍ଡିରାପାଲି ଓ ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ହଜାର ହଜାର ଜନସାଧାରଣଙ୍କୁ ନେଇ ଏକ ଵିଶାଳ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଅଛି । ଉକ୍ତ ବିଶାଳ ଜନ ସମ୍ପର୍କ ମାଧ୍ୟମରେ ଜନସାଧାରଣ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବର ରେ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ, ଯୁବ ଗୋଷ୍ଠୀଙ୍କ ନିମନ୍ତେ ଖେଳ ଉପକରଣ କିଟ୍ ଯଥା ଭଲି, ଫୁଟବଲ ଓ କ୍ରିକେଟ ନିମନ୍ତେ ଖେଳ କିଟ୍ ଉପକରଣ ପ୍ରଦାନ, ସେହି ଭଳି କଳା ସଂସ୍କୃତିକୁ ବଜାଇ ରଖିବାକୁ ଗାଁ ଗାଁ କୁ ବାଦ୍ୟ ଉପରକଣ ପ୍ରଦାନ,ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ, ବୟସ୍କ ବୃଦ୍ଧାବୃଦ୍ଧମାନଙ୍କୁ ଛତା,କମ୍ବଳ ଓ ଜୋତା ଇତ୍ୟାଦି ପ୍ରଦାନ,ମହିଳାମାନଙ୍କୁ ଶାଢ଼ୀ ପ୍ରଦାନ କରାଯିବା ସହିତ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ୬୮୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଜନ ସମ୍ପର୍କ କାର୍ଯ୍ୟକ୍ରମରେ ତିନି ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)