ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ।

ବାଲିଗୁଡା,୦୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲିଗୁଡା ବ୍ଲକରୁ ବିପିଏମ ସରୋଜିନୀ ପ୍ରଧାନ, ଓଏଲଏମ ୱାପି ଶୁଭଶ୍ରୀ ଖେତୀ, ବିଏଲସି ନିତୁ ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ ବାରଖମା ପଞ୍ଚାୟତ ରେ ଥିବା ୧୨୦ ଟି ସ୍ୱୟଂସହାୟକ ଗୋଷ୍ଠୀ ରୁ ଶତାଧିକ ମହିଳା ଉପସ୍ଥିତ ଥିଲେ । ଏମବିକେ ଶିଖାରଣୀ ଦିଗାଳ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ବିଗତ ୪ ବର୍ଷର ଆର୍ଥିକ ଓ ସାମାଜିକ ବିବରଣୀ ପଠନ କରିଥିଲେ । ବିପିଏମ ସରୋଜିନୀ ପ୍ରଧାନ ଓ ବିଏଲସି ନିତୁ ସିଂ ଯଥା କ୍ରମେ ସ୍ୱୟଂ ସହାୟକ ମା ମାନଙ୍କୁ ସରକାର ଙ୍କ ଯୋଜନା ବିଷୟମାନ ପୁଣି କିଭଳି ସ୍ୱାବଲମ୍ବୀ ହେବେ, ଜୀବନ ଜୀବିକା ବିକାଶ ଓ ସମୃଦ୍ଧି ସମ୍ପର୍କ ରେ ଅବଗତ କରିଥିଲେ । ଏହା ପରେ ବାରଖମା ଜିପିଏଲଏଫ ର ଆଗାମୀ ଦୁଇ ବର୍ଷ ନିମନ୍ତେ କାର୍ଯ୍ୟ କାରୀ କମିଟି ଓ ସବ କମିଟି ସଦସ୍ୟ ମାନଙ୍କୁ ଚୟନ କରାଯାଇଥିଲା । ଏମବିକେ ଶିଖାରାଣୀ ଦିଗାଳଙ୍କ ଉତ୍ତମ ନେତୃତ୍ୱ ଓ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇ ଥିବା ଦେଖି ବ୍ଲକରୁ ଆସିଥିବା ଅଧିକାରୀ ସମେତ, ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ପ୍ରଶଂସା କରିଥିଲେ । ଶେଷରେ ନୂତନ ଭାବେ ମନୋନୀତ ହୋଇ ଥିବା ଜିପିଏଲଫ ସଭାନେତ୍ରୀ ପ୍ରଭାତୀ ଦଣ୍ଡିଆ ବ୍ଲକ ର କର୍ମଚାରୀ ଓ ଉପସ୍ଥିତ ସବୁ ସ୍ୱୟଂସହାୟକ ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment