ଓଡିଶାରେ ସଂକ୍ରାମିତ ସଂଖ୍ୟା ୧,୨୪,୦୩୧,ସୁସ୍ଥ ସଂଖ୍ୟା ୯୩,୭୭୪ ଓ ମୃତ ସଂଖ୍ୟା ୫୪୬ ।

ଭୁବନେଶ୍ଵର,ତା-୦୬/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୧,୪୧୫ ମଧ୍ୟରୁ ୧୩,୬୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୮,୬୫୨ ମଧ୍ୟରୁ ୧୭,୫୨୨ ଜଣ ସୁସ୍ଥ ,୨୦୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୩,୮୧୦ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୦,୯୮,୪୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୧,୨୪,୦୩୧ ଚିହ୍ନଟ ହୋଇଛନ୍ତି ୯୩,୭୭୪ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୬୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୮୧୦ ଜଣଙ୍କ ମଧ୍ୟରୁ ୨,୨୮୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୫୨୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment