ଓଡିଶାରେ ସଂକ୍ରାମିତ ସଂଖ୍ୟା ୨,୨୨,୭୩୪,ମୃତ ସଂଖ୍ୟା ୮୫୯ ।

ଭୁବନେଶ୍ଵର,ତା-୦୧/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୮,୨୩୧ ମଧ୍ୟରୁ ୩୧,୫୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୦,୮୯୧ ମଧ୍ୟରୁ ୧୬,୮୨୪ ଜଣ ସୁସ୍ଥ ,୭୨ ଜଣଙ୍କ ମୃତ୍ୟୁ । ନୂତନ ଆକ୍ରାନ୍ତ ୩,୬୧୫ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୩,୦୦,୬୪୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୨,୨୨,୭୩୪ ଚିହ୍ନଟ ହୋଇଛନ୍ତି ୧,୮୫,୭୦୦ ଜଣ ସୁସ୍ଥ ହୋଇଥିବା ବେଳେ ୩୬,୧୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୬୧୫ ଜଣଙ୍କ ମଧ୍ୟରୁ ୨,୧୧୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୪୯୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment