ଭୁବନେଶ୍ଵର,ତା-୨୭/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୫,୮୯୮ ମଧ୍ୟରୁ ୨୯,୪୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୦,୦୩୫ ମଧ୍ୟରୁ ୧୯,୫୧୩ ଜଣ ସୁସ୍ଥ ,୨୯୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୩,୯୨୨ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୧,୧୧,୭୬୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୦୯,୩୭୪ ଚିହ୍ନଟ ହୋଇଛନ୍ତି ୧,୭୦,୧୯୩ ଜଣ ସୁସ୍ଥ ହୋଇଥିବା ବେଳେ ୩୮,୩୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୯୨୨ ଜଣଙ୍କ ମଧ୍ୟରୁ ୨,୩୦୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୬୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।