ଓଡିଶାରେ ମୃତ୍ଯୁ ସଂଖ୍ୟା ୧ ହଜାର ପାର,ନୂତନ ସଂକ୍ରମିତ ସଂଖ୍ଯା ୨,୮୫୪।

ଭୁବନେଶ୍ଵର,ତା-୧୦/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୩,୧୫୫ ମଧ୍ୟରୁ ୩୭,୮୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୩,୦୧୦ ମଧ୍ୟରୁ ୨୦,୫୪୩ ଜଣ ସୁସ୍ଥ ,୮୪ ଜଣଙ୍କ ମୃତ୍ୟୁ । ନୂତନ ଆକ୍ରାନ୍ତ ୨,୮୫୪ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୭,୧୦,୫୯୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୨,୪୯,୬୯୩ ଚିହ୍ନଟ ହୋଇଛନ୍ତି ୨,୨୦,୩୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୨୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୦୦୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୮୫୪ ଜଣଙ୍କ ମଧ୍ୟରୁ ୧,୬୫୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୧୯୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment