ଓଡିଶାବାସୀଙ୍କ ହୃଦୟରେ ଏବେବି ନବୀନ :ପୁର୍ବତନ ବିଧାୟକ ପ୍ରଣବ ।

ଭୁବନେଶ୍ୱର,୦୫/୧୧ : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ କ୍ରମେ ଯାଜପୁର ଜିଲ୍ଲା ବରୀ ନିର୍ଵାଚନ ମଣ୍ଡଳୀ ବିଜେଡି ତରଫରୁ ଆୟୋଜିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ ପୁର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ । ଏହି ଅବସରରେ ପ୍ରଣବ ପ୍ରଥମେ ବରୀ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ବିଜୁ ଜନତା ଦଳର ପ୍ରାର୍ଥୀ ତଥା ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କ ସର୍ବାଧିକ ଭୋଟ ରେ ବିଜୟୀ କରିଥିବାରୁ । ଆଜି ବି ଏକ ନମ୍ବର ଅଛନ୍ତି ଆମ ନେତା ନବୀନ ପଟ୍ଟନାୟକ । ୧୯୯୯ ମସିହାର ମହାବାତ୍ୟା କଥା ମନେ ପଡିଲେ ଦେହ ଥରି ଉଠେ କିନ୍ତୁ ଆମ ନେତା ଯେଉଁଭଳି ଭାବେ ଓଡିଶା ବାସୀଙ୍କ ସହ ରହି ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ ଆଜି ବି ଭୁଲି ପାରୁନାହାଁନ୍ତି ଲୋକ ଏବେ ବି ସାରା ଓଡ଼ିଶାରେ ଆମ ନେତା ନବୀନ ବାବୁଙ୍କ କ୍ରେଜ ଅଛି ଯାହାକି ମୁଁ କହୁନାହିଁ ଆପଣମାନେ ବିଭିନ୍ନ ସୋସିଆଲ ମିଡିଆରେ ଦେଖିଥିଲେ ।କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଂଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିଲା। ନବୀନ ବାବୁଙ୍କ ସମୟରେ ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ନିଆ ଯାଇଥିଲା ଏହା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ସଂଜୀବନୀ ଭଳି କାମ କରୁଥିଲା ଯାହାକି ଭାରତବର୍ଷରେ ଅଭିନବ ଓ ଅନନ୍ୟ । ଓଡିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରୀକରଣ ଏବଂ ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗର ସଂପ୍ରସାରଣ କରାଯାଇଥିଲା ଏବଂ ପୁଞ୍ଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିଲା ଏହା ସହିତ କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା । ଆମ ସରକାର ସମୟରେ ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ପ୍ରାଥମିକତା ଦିଆଯାଇଥିଲା । ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ପଦକ୍ଷେପ ଓ ଟେକ୍ନୋଲୋଜୀକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁରୀ କରାଯାଇଥିଲା ଯାହାକି ନବୀନ ବାବୁ ଯେତେ ଧନ୍ୟବାଦ ଦେଲେ ବି କମ ହୋଇଯିବ । ନବୀନ ସରକାର ସମୟରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା,ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଥିଲେ । ୫-ଟି ଉପକ୍ରମରେ ଭିତ୍ତିଭୂମି ବିିକାଶ ଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୁଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ ବାସୀ କେବେବି ଭୁଲି ପାରିବେନି । ଆମେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକ ମାନଙ୍କ ଠାରୁ ଶୁଣୁଛୁ କି ଲୋକ କହୁଛନ୍ତି ଆମେ ଭୁଲ କରିଦେଲୁ । ଶେଷରେ ଏତିକି କହିବି ଏବେ ଓଡ଼ିଶା ବାସୀଙ୍କ ହୃଦୟରେ ଏବେ ବି ନବୀନ ବାବୁ ରାଜ କରୁଛନ୍ତି ।

Comments (0)
Add Comment