ଓଡିଆ ପକ୍ଷ ଅବସରରେ ୫ ଦିନରେ ଗଣ ଦୌଡ ।

ବ୍ରହ୍ମପୁର,୦୬/୦୪(ପିପିଟି): ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରୁ ଆୟୋଜିତ ହୋଇଥିବା ଓଡ଼ିଆ ପକ୍ଷ ଅବସରର ୫ମ ଦିନର କାର୍ଯ୍ୟକ୍ରମ ଗଣ ଦୌଡ଼। ମୁଖ୍ୟ ଅତିଥି ଭବେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଏହାକୁ ପରିଚାଳନା କରିଥିବା ବେଳେ, ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ), ଲୋକ ସମ୍ପର୍କ ବିଭାଗ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା କ୍ରୀଡା ସମ୍ପାଦକ ଜେ.କାମେଶ୍ୱର ରାଓ, ବ୍ରହ୍ମପୁର ସହରର ସମସ୍ତ କ୍ରୀଡ଼ାବିତ, ଅବସର ପ୍ରାପ୍ତ ଜିଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ,କ୍ରୀଡା ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Comments (0)
Add Comment