ଓଡ଼ିଶା ସ୍ୱାସ୍ଥ୍ୟ ମିତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ କାର୍ଯ୍ୟ କାରିଣୀ ବୈଠକ।

ଖୋର୍ଦ୍ଧା, ୦୨/୦୭(ପିପିଟି) :ଆଜି ୧୦ ଘଟିକା ସମୟରେ ଓଡ଼ିଶା ସ୍ବାସ୍ଥ୍ୟ ମିତ୍ର ସଂଘ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଏକ କାଯ୍ୟକାରିଣୀ ବୈଠକ କଟକର ଚୌଦାର ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କାର୍ଯ୍ୟରତ ସ୍ବାସ୍ଥ୍ୟ ମିତ୍ର ମାନେ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାରେ କାର୍ଯ୍ୟ କରୁଛନ୍ତିl ବର୍ତ୍ତମାନ ପାଇଁ ସରକାରଙ୍କ ନମ୍ବର ୱାନ୍ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ରେ ସ୍ବାସ୍ଥ୍ୟ ମିତ୍ର ରୂପେ କାର୍ଯ୍ୟରତ l ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟମିତ୍ର ସଙ୍ଘ ର ସଭାପତି ରିତାଞ୍ଜଳି ବେହେରା, ଉପ ସଭାପତି ରୁପେଶ କୁମାର ରାଉତ, ସମ୍ପାଦକ ମାନସ କୁମାର ଲେଙ୍କା, ସାଧାରଣ ସମ୍ପାଦକ ହଜାରି ଗୁଲାମ ରେହେମାନ୍ ,କୋଷାଧ୍ୟକ୍ଷ ମହେଶ ରଣା ଏଵଂ ସଂଘର ଉପଦେଷ୍ଠା ଲକ୍ଷ୍ମଣ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ତତ୍ସହିତ ପ୍ରତ୍ୟେକ ଜିଲ୍ଲାର ଜଣେ ଜଣେ ଲେଖାଏଁ ଏକ୍ଜୁକେଟିଭ ମେମ୍ବର ଯଥା ସନ୍ଦୀପ ସାରଥୀ ମାଝୀ, ଦିଲ୍ଲୀପ ବେହେରା, ସତ୍ୟ ଶଙ୍କର ମହାପାତ୍ର, ମାନସ ରଂଜନ ସ୍ବାଇଁ, ଜୟନ୍ତୀ କର, କାଜଲ ପଣ୍ଡା , ତୁଳସୀ ରାମ୍ ବେହେରା ଉପସ୍ଥିତ ଥିଲେ l ଏହି ସଭାରେ ଆଲୋଚନା କରାଗଲା କି ସ୍ଵାସ୍ଥ୍ୟ ମିତ୍ରଙ୍କ ଆଗମୀ ଭବିଷ୍ୟତ ବିଷୟରେ ଏବଂ ଆଗାମୀ କାର୍ଯ୍ୟକୁ କିପରି ସୁଚାରୁରୂପେ ପରିଚାଳନା କରାଯିବ ତାହା ଆଲୋଚନା କରାଯାଇଥିଲା।

ଏହି ସଭାରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ସୁଧୀର କୁମାର ନାୟକ କରିଥିବା ବେଳେ ସଭାକୁ ସଭାପତିତ୍ଵ କରିଥିଲେ ରାଜ୍ୟ ସ୍ବାସ୍ଥ୍ୟ ମିତ୍ର ସଂଘର ସଭାପତି ରିତାଞ୍ଜଳି ବେହେରା ଏବଂ ସଭାର ଶେଷରେ ସମ୍ପାଦକ ମାନସ କୁମାର ଲେଙ୍କା ଧନ୍ୟବାଦ୍ ଅର୍ପଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment