ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର ଙ୍କ ପରଲୋକ ।।

ତିର୍ତ୍ତୋଲ,୧୮/୦୭(ପିପିଟି): କଟରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଜନ୍ମିତ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର
ରାଉତଙ୍କ ୫୨ ବର୍ଷ ବୟସରେ ଆଜି ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ କଟକ ମର୍କତ ନଗରସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଦୁଃଖଦ ବିୟୋଗ ଘଟିଛି। ଉଲ୍ଲେଖଯୋଗ୍ୟ ଗତ ରବିବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଗୁରୁତର ଅବସ୍ଥାରେ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେଡ଼ିକାଲ ସୂତ୍ର ଅନୁଯାୟୀ ହୃଦ୍‌ଘାତର ଶିକାର ହେବାପରେ ୧୫ ମିନିଟ୍ ପାଇଁ ସି.ପି.ଆର. ଦିଆଯାଇଥିଲା କିନ୍ତୁ ବିଶେଷଜ୍ଞଙ୍କ ଵହୁ ଉଦ୍ୟମ ସତ୍ତ୍ୱେ ତାଙ୍କ ପ୍ରାଣ ରକ୍ଷା କରାଯାଇ ପାରିନଥିଲା ।

(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment