ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ।

ମାଲକାନଗିରି, ୨୧/୦୧(ପିପିଟି):ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୩ ଟି କେନ୍ଦ୍ରକୁ ନେଇ ସୁରୁଖୁରୁରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଯୋଗ୍ୟତା ପରୀକ୍ଷା ସମ୍ପନ୍ନ ହୋଇଯାଇଅଛି । ଯାହାକୁ ପରିଚାଳନା କରିଥିଲା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ମାଲକାନଗିରି ଜିଲ୍ଲା। ମୋଟ ପିଲା ପରୀକ୍ଷା ଦେବାର ସୁବ୍ୟବସ୍ଥା କରାଯାଇଥିଲା ।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ ,ତିନୋଟି କେନ୍ଦ୍ରରେ ସର୍ବମୋଟ ୭୩୮ ପରୀକ୍ଷାର୍ଥିମାନେ ଭାଗ ନେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ବେହେରା ପରୀକ୍ଷା କେନ୍ଦ୍ରଗୁଡିକୁ ନିରୀକ୍ଷଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ନିଜ ବ୍ଲକର କେନ୍ଦ୍ରକୁ ପରିଚାଳନା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment