ଓଡ଼ିଶା ବାର୍ କାଉନସିଲ ସଦସ୍ୟଙ୍କ ପୋଲସରା କୋର୍ଟ କୋଠାଗୃହ ଅନୁଧ୍ୟାନ।

ପୋଲସରା ,୨୨/୦୪(ପିପିଟି):ଆଜି ଓଡ଼ିଶା ବାର୍ କାଉନସିଲ ତରଫରୁ ପୋଲସରା ଓକିଲ ସଂଘ ବାର୍ ମାନ୍ୟତା ପାଇବା ପାଇଁ ଆବଶ୍ୟକ ନୀତି ଓ ନିୟମକୁ ନେଇ ବାର୍ କାଉନସିଲ ସଦସ୍ୟ ତଥା କର୍ମକର୍ତ୍ତା ପିତବାସ ପଣ୍ଡା ଏଵଂ ସଂଜୀବ କୁମାର ପାଣିଗ୍ରାହୀ ଉଭୟେ ପରିଦର୍ଶନ କରି ଯାଇଛନ୍ତି। ଏଠାରେ ସୂଚାଇ ଦିଆଯାଇପାରେକି ବର୍ତ୍ତମାନ ପୋଲସରା ଓକିଲ ସଂଘରେ ମୋଟ୍ ୫୫ ଜଣ ସଦସ୍ୟ/ସଦସ୍ୟ ଅଛନ୍ତି। ଗତ ମାସରେ ଗଣତାନ୍ତ୍ରିକ ପଦ୍ଧତି ଜରିଆରେ ସଂଘର କର୍ମକର୍ତ୍ତା ନିର୍ବାଚନ ସରିଥିଲା। ନିୟମ ଅନୁସାରେ ପୁର୍ବରୁ ପୋଲସରା ଓକିଲ ସଂଘ ପକ୍ଷରୁ ସଂଘକୁ ବାରର ମାନ୍ୟତା ଦେବାପାଇଁ କିଛିଦିନ ତଳେ ଓଡ଼ିଶା ବାର୍ କାଉନସିଲ ଓଡ଼ିଶାଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ସଂଘର ଅନୁରୋଧକୁ ଗୁରୁତ୍ଵଦେଇ ଉପରୋକ୍ତ ଦୁଇଜଣ ରାଜ୍ୟ ବାର୍ କାଉନସିଲ ସଦସ୍ୟ ପୋଲସରା ସଂଘ କାର୍ଯ୍ୟାଳୟକୁ ଆସି ବାର୍ ପଞ୍ଜିକରଣ ସକାଶେ ଯାହାକିଛି ସଦସ୍ୟ ସଂଖ୍ୟାଙ୍କ ସମେତ କାର୍ଯ୍ୟକଳାପ ଠିକ୍ ରହିବା କଥା ସେସବୁରୁ ଟିକିନିଖି ଯାଞ୍ଚ ଏଵଂ ସମୀକ୍ଷା କରି ବୁଝିଥିଲେ। ଏଥିସହିତ ବେଲଗାଁଠାରେ ନିର୍ମାଣ ଚାଲିଥିବା ବହୁ ପ୍ରତିକ୍ଷିତ କୋର୍ଟ କୋଠାଗୃହର ଅନୁଧ୍ୟାନ କରି ସବୁକିଛି ଠିକଠାକ ରହିଥିବା ସନ୍ତୋଷ ପ୍ରକାଶ କରିଯାଇଛନ୍ତି। ଉଭୟ ରାଜ୍ୟ କର୍ମକର୍ତ୍ତାଙ୍କ ପରିଦର୍ଶନ ପରେ ବହୁ ଶ୍ରିଘ ପୋଲସରା ଓକିଲ ସଂଘକୁ ବାରର ମାନ୍ୟତା ମିଳିବ ବୋଲି ସଂଘ ତରଫରୁ ଆଶାବ୍ୟକ୍ତ କରାଯାଇଛି। ସଂଘ ତରଫରୁ ଦୁଇ କର୍ମକର୍ତ୍ତାଙ୍କୁ ସ୍ଵାଗତ ଏଵଂ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ସଂଘର ସଭାପତି କବିରାଜ ଦାସ, ସାଧାରଣ ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ଉପସଭାପତି ଅକ୍ଷୟ କୁମାର ଦାସ, ସହ ସମ୍ପାଦକ ବିଜୟ କୁମାର ଶାସମଲ୍, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋଇ ସରକାରୀ ଓକିଲ ରନ୍ତାକର ମହାନ୍ତି ପ୍ରମୁଖଙ୍କ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Comments (0)
Add Comment