ଭୁବନେଶ୍ୱର, ୨୯/୦୯(ପିପିଟି): ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା ସତ୍ତ୍ୱେ ବୁଧବାର OSSTET ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁଯାୟୀ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିଛନ୍ତି। ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ଏବଂ ପରୀକ୍ଷାର୍ଥୀଙ୍କୁ ସକାଳ ୭ଟା ୪୫ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ମୋଟ ୫୯,୩୫୩ ଜଣ ପରୀକ୍ଷାର୍ଥୀ ୨୬୧ଟି କେନ୍ଦ୍ରରେ ୧୫୦ ନମ୍ବରର ଓଏମ୍ଆର୍ ଭିତ୍ତିକ ପରୀକ୍ଷା ଦେବେ। ବନ୍ଦ ଯୋଗୁଁ ପରୀକ୍ଷାର୍ଥୀଙ୍କ ଯାତାୟାତରେ ଯେପରି ବାଧା ନଉପୁଜେ, ସେଥିପାଇଁ ସଂଗଠନକୁ ଅନୁରୋଧ କରାଯାଇଛି।