ଓଡ଼ିଶାର ପ୍ରାଚୀନ ନିଷ୍ଠାପର ପରମ୍ପରା ଦଣ୍ଡ ଉପାସନା।

ବୋଲଗଡ଼,୦୯/୦୪(ପିପିଟି): ଆମ ରାଜ୍ୟରେ ୧୨ମାସରେ ୧୩ ପର୍ବ ମଧ୍ୟ ରେ ଦଣ୍ଡ ଉପାସନା ଏକ ଅନନ୍ୟ ପରମ୍ପରା। ଆମ ଓଡ଼ିଆ ପରମ୍ପରାରେ ଦଣ୍ଡ ଉପାସନା ଏକ ବିଶେଷ ପରମ୍ପରା ଯାହାକି ଏହି ଦିନକୁ ବିଶେଷ ଭାବେ ଲୋକମାନେ ଓଡ଼ିଆ ନବବର୍ଷର ଆରମ୍ଭ ବୋଲି ମାନିଥାନ୍ତି। ଏହି ଦଣ୍ଡ ଉପାସନା ପରମ୍ପରା ପ୍ରାଚୀନ ଭକ୍ତିଭରା ଓ ନିଷ୍ଠାର ଉପାସନା। ଏହା ଚୈତ୍ର ମାସରେ ଶକ୍ତି ଓ ଶିବଙ୍କ ଆରଧନା ପାଇଁ କରାଯାଏ। ଦଣ୍ଡୁଆ ମାନସିକଧାରି ଭକ୍ତ ମାନେ ପଣା ସଂକ୍ରାନ୍ତି ପୂର୍ବରୁ କଠୋର ନିୟମ ପାଳନ କରି ୨୧ ଦିନ କିମ୍ବା ୧୩ ଦିନ ପଣା ସଂକ୍ରାନ୍ତି କୁ ବ୍ରତ ସମାପନ କରିଥାନ୍ତି। ଦଣ୍ଡ ଉପାସନା ସବୁଠାରୁ କଷ୍ଟକର ପୂଜା। ଯାହାକି ୧୨୦୦ବର୍ଷ ପୂର୍ବରୁ ଅଧିକ ପୁରୁଣା ଛୋଟ ଗାଁ ରୁ ବାହାରି ସାରା ରାଜ୍ୟରେ ପାଳନ କରାଯାଉଛି ଏହି ଦଣ୍ଡ ଉପାସନା। ଏହି ଦଣ୍ଡ ଉପାସନା ର ମୂଳଦୁଆ ପଡିଥିଲା ପ୍ରାଚୀନ କଳିଙ୍ଗର କେନ୍ଦ୍ର ସ୍ଥଳୀ ଗଂଜାମ ଜିଲ୍ଲାର ଘୁମୁଷର ଅଞ୍ଚଳର ଗାଲେରି ଏବଂ ବାଇବେଲି ଗ୍ରାମରୁ ଏହା ଆରମ୍ଭ ହୋଇଥିବାର କୁହାଯାଏ। କିନ୍ତୁ ତା ପୂର୍ବରୁ ଚୈତ୍ର ମାସରେ କେବଳ ମା’ତାରା ତାରିଣୀ ଙ୍କ ପୀଠରେ ଆୟୋଜନ ହେଉଥିଲା। ଏଠାରେ ଦଣ୍ଡୁଆ ଭକ୍ତ ମାନେ ଭଗବାନ ଶିବ ଓ ମା କାଳୀ ଙ୍କୁ ପ୍ରସନ୍ନ କରିବାକୁ ନିଜ ଶରୀରକୁ ଅନେକ ପ୍ରକାରର କଷ୍ଟ ଦେଇଥାନ୍ତି। ଧୂଳିଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଭଳି କଠୋର ବ୍ରତ କରିଥାନ୍ତି। ମାନସିକ ଧାରି ମାନଙ୍କର ମାନସିକ ପୂରଣ ହେବାପରେ ଏହି ପରମ୍ପରା କୁ ଦେଖାଇଥିଲେ। ଯାହାକି ଗୋଟିଏ ଗାଁ ରୁ ଅନ୍ୟ ଏକ ଗାଁ ପ୍ରସାର ହୋଇ ଧିରେ ଧିରେ ଏହା ଗଞ୍ଜାମ ଜିଲ୍ଲା ରୁ ବାହାରି ଗଜପତି, ବୌଦ୍ଧ ଢେଙ୍କାନାଳ, ଅନୁଗୁଳ, କଟକ ଭଳି ଅନେକ ଜିଲ୍ଲାକୁ ପ୍ରସାରିତ ହୋଇଥିଲା। ରାଜ୍ୟର ସମସ୍ତ ଶକ୍ତି ପୀଠ କିମ୍ବା ଶୈବପୀଠ ଗୁଡିକରେ ଭକ୍ତି ଭାବ ର ସହ ପାଳନ କରାଯାଇଥାଏ। ଦଣ୍ଡୁଆ ଭକ୍ତ ମାନେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ନିଷ୍ଠାପର ଭାବରେ ମା’ଙ୍କ ପାଖରେ ଶରଣରେ ରହିଥାନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment