ଓଡ଼ିଆ ପୁଅ ମୁଁ ଓଡ଼ିଆ ମୋ ଭାଷା
ଓଡ଼ିଶା ମୋର ଗର୍ବ…..
ଓଡ଼ିଆ ମୋର ଆତ୍ମ ପରିଚୟ
ଓଡିଆତ୍ବ ବାସେ ସର୍ବ….,!!
ଓଡ଼ିଆ ଭାଷା ମୋ ଅଟେ ମାତୃଭାଷା
ସେ ଭାଷା ଅମୃତ – ମିଷ୍ଟ
କବି ସମ୍ରାଟ ଭଞ୍ଜ ବୀରବର
କାବ୍ୟାଳଙ୍କାର ଶ୍ରେଷ୍ଠ….!!
ସବୁଜ ବନାନୀ କେତେ ନଦନଦୀ
ଶଇଳ ଶିଖର ଶୋହେ….
ପ୍ରକୃତି ସୁନ୍ଦରୀ କରେ ମନ ଚୋରୀ
ନିର୍ଝର ସଂଗୀତ ଗାଏ…..!!
ସବୁଜ କ୍ଷେତରେ ଫଳାଏ ଫସଲ
ଏହି ମୋ ଓଡ଼ିଆ ପୁଅ….
ଏ ମାଟି ପାଇଁ ସେ ଝରାଏ ଶୋଣିତ
ସଂଗ୍ରାମେ ନକରେ ଭୟ…!!
ଏ ମାଟିର ବୀର ଲକ୍ଷ୍ମଣ ନାୟକ
ଦେଶ ମାତୃକା ପାଇଁ…..
ସଂଗ୍ରହ କରି ଶହୀଦ ହୋଇଲେ
ଏ ମାଟି ସ୍ବାଧୀନ ଦେଇ….!!
କୃଷ୍ଣ ଚନ୍ଦ୍ର ଗଜପତି ମହାରାଜା
ମଧୁବାବୁ – ଗୋପବନ୍ଧୁ….
ଉତ୍କଳ ମାତାର ସୁଯୋଗ ସନ୍ତାନ
ଉତ୍କଳର ପ୍ରାଣ ବିନ୍ଦୁ…!!
ଗତ ଗୋୖରବ ହୃତ ଗୋୖରବ
ଫେରାଇ ଆଣିଲେ ମିଶି…
ଗାଏ ସେହି ଗାଥା ଯୁଗ ଯୁଗ ବ୍ଯାପି
ସଂଗ୍ରାମେ ପ୍ରାଣ ଝାସି…!!
ନୀଳକନ୍ଦରେ ବିଜେ ଜଗନ୍ନାଥ
ବଳିଆର ଭୁଜ ଟେକି….
ସତ୍ଯ ଧର୍ମ ମାର୍ଗ ଓଡ଼ିଆ ଅସ୍ମିତା
ଦିଅଇ ସେ ଡାକି ଡାକି…!!
ଦେଖ ଦେଖ ନେତ୍ର କରି ବିମୋଚନ
ବିମୁଗ୍ଧ କୋଣାର୍କ ଗାତ୍ର….
ପଥର ଦେହରେ ପ୍ରାଣ ବିକଶିତ
କଳା ଭାସ୍କର୍ଯ୍ୟର ସୂତ୍ର…!!
ହୀରାକୁଦ ବନ୍ଧ ଦେଖ ଦେଖ ଭାଇ
ରାଉରକେଲାକୁ ଦେଖ….
ବାରବାଟୀ ଦୁର୍ଗ ନେତ୍ର ଫାଡି ଦେଖ
ହାତୀଗୁମ୍ଫା ଆମ ସାକ୍ଷ୍ୟ…!!
ବ୍ରହ୍ମପୁର ପାଟ ଦେଖ ଦେଖ ଭାଇ
ସମ୍ବଲପୁରର ଶାଢ଼ୀ….
ପିପିଲି ଚାନ୍ଦୁଆ ମନକୁ ମୋହୁଛ
କଟକୀ ରୂପେଲି ଧଡି…!!
ଓଡ଼ିଆ ପୁଅ ମୁଁ ପଖାଳ କଂସାରେ
ଅପାର ଆନନ୍ଦ ପାଏ….
ଘରଣୀ ମୋହର ଅତି ଭକତିରେ
ବାର ଓଷା ପାଳୁଥାଏ…!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭