ଉଲୁଣ୍ଡା,୨୬/୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ୟୁନିୟନ ପକ୍ଷରୁ ଓ ଟିଭି ଚିଫ ରିପୋର୍ଟର ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ବିରମହାରାଜପୁର ସାମ୍ବାଦିକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତ ଅରିନ୍ଦମଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମାନ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ସ୍ୱୟଂଭୁ ନାଥ ଖଣ୍ଡଗିରି,ସୁଧୀର ବିଶ୍ୱାଳ,ଶେସଦେଵ ବାରିକ,ସତ୍ୟବ୍ରତ ପ୍ରଧାନ,ବାସୁଦେବ ପଣ୍ଡା,ସୌମିତ୍ରୀ ମେହେର,ଯୁଗଳ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମଙ୍କ ସ୍ମୃତି ଚାରଣ କରିଥିଲେ। ମୁଣ୍ଡଳୀ ଠାରେ ଅପରେସନ ଗଜରାଜ ର ଲାଇଭ ପ୍ରସାରଣ ନିମନ୍ତେ ଯେଉଁଭଳି ଭାବରେ ଦୁଃସାହସିକ ପଦକ୍ଷେପ ଗ୍ରହଣ କରି ସାହାସି ସାମ୍ବାଦିକ ଅରିନ୍ଦମଙ୍କର ଦୁର୍ଘଟଣା ଘଟି ନିଧନ ଘଟିଥିଲା, ତାହା ରାଜ୍ୟର ସାମ୍ବାଦିକତା କ୍ଷେତ୍ର ସମେତ ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା।ତାଙ୍କର କାର୍ଯ୍ୟଶୈଳୀ ତଥା ସାମ୍ବାଦିକତା ର ଢାଞ୍ଚା ସମସ୍ତ ସମ୍ବାଦପ୍ରେମୀଙ୍କୁ ଆନ୍ଦୋଳିତ କରିଛି। ଅରିନ୍ଦମ ଜଣେ ଦକ୍ଷ କର୍ମଠ,ଦୁଃସାହସିକ ସମ୍ବାଦିକ ଭାବରେ ବେଶ ଜଣାଶୁଣା ଥିଲେ । ତେଣୁ ସେ ସବୁ କୌଣସି ସମୟରେ ସବୁ ପରିସ୍ଥିତିକୁ ସାମ୍ନା କରି ଖବର ସଂଗ୍ରହ କରିବାରେ ବାସ ପସନ୍ଦ କରୁଥିଲେ । ଆଜି ସେ ନଜେ ଖବର ସଂଗ୍ରହ କରୁ କରୁ ଖବର ର ଶିରୋନାମା ପାଲଟିଗଲେ ବୋଲି ଉପସ୍ଥିତ ସାମ୍ବାଦିକ ମାନେ କହିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)