ଓଟିଇଟି ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ ମାମଲା,ଏବେ ବାତିଲ ଘୋଷଣା ।

ମାଲକାନଗିରି,୧୫/୦୯(ପିପିଟି):
ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ଯାଳୟ, ସରକାରୀ ଉଚ୍ଚ ବିଦ୍ଯାଳୟ ମାଲକାନଗିରି, ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ଆଦି ତିନି ଗୋଟି ଶିକ୍ଷା ଅନୁଷ୍ଠାନରେ ଓଟିଇଟି ପରୀକ୍ଷା ୮୭୭ ଜଣ ପ୍ରାର୍ଥି ଦେଇଥିବା ବେଳେ ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ବାହାରେ ଲିକ୍ ହୋଇ ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଯେଉଁମାନେ ପ୍ରଶ୍ନର ଉତ୍ତର ଫର୍ଦ୍ଦ ପାଇବା ପାଇଁ ଆବଶ୍ଯକ କରୁଥିଲେ କୁଆଡେ ୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା ତାକୁ କୌଶଳ କ୍ରମେ ହାତେଇଥିଲେ । ପ୍ରକାଶ ଥାଉକି ପୂର୍ବରୁ ଯେଉଁ ଶିକ୍ଷକମାନେ ଓଟିଇଟି ପରୀକ୍ଷା ନଦେଇ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ,ସେମାନଙ୍କୁ ଓଡିଶା ମାଧ୍ଯମିକ ଶିକ୍ଷା ବିଭାଗ ଓଟିଇଟି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପାଇଁ ଏହା ଥିଲା ଶେଷ ସୁଯୋଗ । ଏଣୁ ନିଜ ନିଜର ଚାକିରୀ ବଞ୍ଚାଇବା ଲାଗି ଶିକ୍ଷକମାନେ କଳେ ବଳେ କୌଶଳେ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୟାସ ଜାରି ରଖିଥିଲା ବେଳେ ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ ଭାଇରାଲ ହୋଇ ଯାଇଥିଲା ଏବଂ ଉତ୍ତର ଫର୍ଦ୍ଦକୁ ୫ ହଜାର ଦରରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଗତ ୨୯ ତାରିଖ ସକାଳ ୮.୦୦ ଘଟିକା ଠାରୁ ୧୦.୩୦ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ଯାୟ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଓଟିଇଟି ପରୀକ୍ଷା ଲାଗି ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନ ପତ୍ରଗୁଡିକ ଗତ ୨୭ ତାରିଖ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟରେ ରଖିଥିବା ବେଳେ ୨୯ ତାରଖ ଦିନ ୩ଟି ପରୀକ୍ଷା କେନ୍ଦ୍ରକୁ ସକାଳ ୮.୦୦ ଘଟିକା ପୂର୍ବରୁ ନିଆ ଯାଇଥିଲା । ସେହି ଦିନ ସକାଳେ ପରୀକ୍ଷା ଦେବା ସମୟରେ ପ୍ରଶ୍ନ ପତ୍ର ବାହାରେ ପ୍ରଘଟ ହୋଇଯାଇଥିଲା । ଏହି ଘଟଣା ଗଣମାଧ୍ଯମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା ।ଏହାକୁ ତଦନ୍ତ କଲା ପରେ ବହୁ ସଂଖ୍ଯାରେ ପରୀକ୍ଷାର୍ଥି ମାନେ ମାଲ ପ୍ରକ୍ଟିସ କରିଥିବା ମାଧ୍ଯମିକ ଶିକ୍ଷା ବିଭାଗ ସ୍ବୀକାର କରି ୩ଟି କେନ୍ଦ୍ରରେ ଅନୁଷ୍ଠିତ ପ୍ରଥମ ସିଟିଂ ଓଟିଇଟି ପରୀକ୍ଷାକୁ ବାତିଲ କରିଛିନ୍ତି । ପୁନଶ୍ଚ ଏହି ପରୀକ୍ଷା କମ ଦିନ ମଧ୍ଯରେ ସଂପନ୍ନ କରାଯିବ । ଏହା ବ୍ଯତୀତ ଯେଉଁମାନେ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ,ଏହି ପରୀକ୍ଷାରେ ଅଂଶ ଗ୍ରହଣ ନକରିବାକୁ ବିଜ୍ଞପ୍ତି ପତ୍ର ସଂଖ୍ଯା:୮୦୮/ତା:୧୨/୦୯/୨୦୨୨ ରେ ପ୍ରକାଶ କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment