ଓକିଲ ସଂଘ ସଭାପତିଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ।

ଭଞ୍ଜନଗର, ୨୦/୦୪(ପିପିଟି):ଭଞ୍ଜନଗର ଓକିଲ ସଂଘର ନବ ନିର୍ବାଚିତ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର ଓ ପ୍ରସାର ବିଭାଗର ପୂର୍ବତନ ଅଧ୍ୟକ୍ଷ ତଥା ଏଆଇସିସି ସଦସ୍ୟ ବରିଷ୍ଟ କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛିନ୍ତି । ଶ୍ରୀ ମହାପାତ୍ର ଦୀର୍ଘ ୫୦ବର୍ଷ ଧରି ଓକିଲାତି ପେସାରେ ସମ୍ପୃକ୍ତ ରହିବା ସହିତ ବହୁ ବର୍ଷ ଧରି ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିଲେ।ଏଥିସହ ଭଞ୍ଜନଗର ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀ ମହାପାତ୍ର ଭଞ୍ଜନଗର ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଅଞ୍ଚଳରେରେ ଆନନ୍ଦର ଲହରୀ ଖେଳିଯାଇଛି।ଆଗାମୀ ଦିନରେ କଂଗ୍ରେସ ଦଳ ସଂଗଠିତ ହୋଇ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକାଠି କରି ଦେଶ ତଥା ରାଜ୍ୟ ହିତରେ କାର୍ଯ୍ୟ କରିବ ବୋଲି ଦୃଢ଼ ସଂକଳ୍ପ ନେଇଛି।ତେଣୁ କଂଗ୍ରେସ ନେତୃବୃନ୍ଦ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତାକୁ ଲୋକ ଲୋଚନକୁ ଆଣି ସଚେତନ କରୁଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment