ଭଞ୍ଜନଗର, ୨୨l୧୦. ୨୦୨୨ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେମାନେ ହେଲେ ୧୦୯ରେଙ୍କ ପାଇଥିବା ସିକିତା ଗୌଡ଼,୧୯୩ ରେଙ୍କରେ ସୁନୀଲ ସାଇ ଦେବାଶିଷ ଓ ୩୬୦ତମ ସ୍ଥାନରେ କେ. କାର୍ତ୍ତିକ ଦୋରା।ବର୍ତ୍ତମାନ ସିକିତା ଓ କାର୍ତ୍ତିକ ବାହାରେ ରହୁଥିବା ବେଳେ ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ୟୁନିଟ-୬ ବାସିନ୍ଦା ସୁବାସ ଚନ୍ଦ୍ର ସାହୁ ଓ ମାତା ରମିତା କୁମାରୀ ସାହୁଙ୍କ ଏକ ମାତ୍ର ପୁଅ ସୁନୀଲ ସାଇ ଦେବାଶିଷଙ୍କ ସଫଳତା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ତାଙ୍କୁ ସମ୍ମାନିତ କରିଛନ୍ତି।ଡ଼ିହ ପଢାଳ ପଞ୍ଚାୟତ ଜାମ ପଲି ଠାରେ ବିଧାୟକ ଶ୍ରୀ ନାୟକ ମା’ଗଜଲଷ୍ମୀଙ୍କ ଦର୍ଶନ କରିବା ସହ ପୂଜା ଅବସରରେ ଭଞ୍ଜନଗର, ୟୁନିକ ଡ୍ୟାନ୍ସ ଏକାଡେମୀର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ସେଠାରେ ବିଧାୟକ ଓଏଏସ ସୁନୀଲ ସାଇ ଦେବାଶିଷଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଓ ପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଭଞ୍ଜନଗରର ଗୌରବ ବୃଦ୍ଧି ଓ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।ଏହାପରେ ନୃତ୍ୟଶିଳ୍ପୀ ମାନଙ୍କ କଳା ପ୍ରଦର୍ଶନକୁ ଦେଖି ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନୀଳମାଧବ ପାତ୍ର,ଡ଼ିହ ପଢାଳ ସରପଞ୍ଚ ରୋଜି ବରାଡ଼,ସମିତି ସଭ୍ୟ କୁନି ବିଷୋୟୀ, ସରପଞ୍ଚ ସଂଘର ସଭାପତି ସୁବାଷ ଚନ୍ଦ୍ର ବରାଡ଼,ରବୀନ୍ଦ୍ର କୁମାର ଗୌଡ଼, ବ୍ରହ୍ମାନନ୍ଦ ଦାସ ଙ୍କ ସମେତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।କୁବେର ପ୍ରଧାନ ଙ୍କ ସମେତ ଜାମ ପଲି ପୂଜା କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)