ଭୁବନେଶ୍ବର,୧୪/୦୪(ପିପିଟି); ରାଜ୍ଯ ସରକାର ୨୦ ଜଣ ବିଡିଓ ଓ ୩ ଜଣ ତହସିଲଦାରଙ୍କୁ ବଦଳି କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଚିଠି ନମ୍ବର ୭୦୧୬,ତାରିଖ ୧୩/୦୪/୨୦୨୧ ବିଜ୍ଞାପିତରୁ ଜଣାପଡିଛି। ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦିଙ୍କୁ ଶେରଗଡ ବିଡିଓ ଭାବରେ ବଦଳି ହୋଇଛି । ସେହିଭଳି ହିଞ୍ଜିଳିକାଟୁ ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ରଙ୍ଗେଇଲୁଣ୍ଡା, ହରିଚନ୍ଦନପୁର ବିଡିଓ ସୁବ୍ରତ କୁମାର ଜେନାଙ୍କୁ ହିଞ୍ଜିଳିକାଟୁ, ଶେରଗଡ ବିଡିଓ ସୁରଞ୍ଜନ ସାହୁଙ୍କୁ ପୋଲସରା, କାଲିମେଳା ବିଡିଓ ଉମାକାନ୍ତ ଦଳେଇଙ୍କୁ ଧରାକୋଟ ବିଡିଓ ଭାବରେ ବଦଳି ହୋଇଛି।