ଦିଲ୍ଲୀ,୨୫/୦୧; ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା କୃଷକ ଆନ୍ଦୋଳନ ୬୦ ଦିନରେ ପହଂଚି ଥିବା ବେଳେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସର କୃଷକଙ୍କ ଟ୍ରାକ୍ଟର ପ୍ୟାରେଡ ଦେଖିବା ପାଇଁ ବିଶ୍ବବାସୀ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ପ୍ରତ୍ୟେକ ଦିନ ଦିଲ୍ଲୀ ମୁହାଁ ହୋଇ ଟ୍ରାକ୍ଟର କିଷାନ ବସ୍ତି ପ୍ରତ୍ୟେକ ରାତିରେ କିଲୋମିଟର କିଲୋମିଟର ବ୍ୟାପି ସୃଷ୍ଟି ହୋଇଥାଏ । ୨୫ ଜାନୁଆରୀରେ ସିଙ୍ଘୁ ସୀମା ସଂଯୁକ୍ତ କିଷାନ ମୋର୍ଚ୍ଚା ମଞ୍ଚରେ ଲକ୍ଷ ଲକ୍ଷ କୃଷକ, ଶ୍ରମିକ, ଛାତ୍ର, ଯୁବକ, ମହିଳା ସାମିଲ ହୋଇଥିଲେ । ଦେଶର କୋଣ ଅନୁକୋଣରୁ ଆସିଥିବା ନେତୃତ୍ବ, ସମର୍ଥକ ସାମିଲ ହୋଇ ମଞ୍ଚରେ ବକ୍ତବ୍ୟ ରଖିଥିଲେ । ଏହି ମଞ୍ଚରେ ବବୁ ମାନ ପଞ୍ଜାବର ପ୍ରସିଦ୍ଧ ଗାୟକ ଯୋଗଦେଇ ସମର୍ଥନ ପ୍ରଦାନ କରିଥିଲେ । ଏହି ସିଙ୍ଘୁ ସୀମାରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା(A.I.K.K.S)ର ବିଭିନ୍ନ ରାଜ୍ୟର ସାଥି ମାନେ ସାମିଲ ହୋଇ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଭାରତର ୧୮ଟି ରାଜ୍ୟରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ସହ ଅଂଶିଦାର କୃଷକ ସଂଗଠନ ଭାବେ କାମ କରି ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ଏକାଠି କରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଐତିହାସିକ ଦିଲ୍ଲୀ ଚଲ୍ଲୋ ଆହ୍ବାନରେ କୋରାପୁଟ ବିବେକ ରଞ୍ଜନ ଏବଂ ଅନ୍ୟାନ୍ୟ ଅଞ୍ଚଳର ସାଥି ମାନେ ଓଡିଶାରୁ ଯୋଗ ଦେଇଛନ୍ତି । କୃଷି ଓ କୃଷକର ସର୍ବନାଶ ପାଇଁ ଉଦ୍ଦିଷ୍ଟ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ୨ ମାସ ଧରି ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ – ସିଙ୍ଗୁ, ଟିକ୍ରି, ଗାଜିପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅଂଶଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧ ଜାରି ରଖିଛନ୍ତି । ସିଙ୍ଗୁ ସୀମାରେ ଚାଲିଥିବା ପ୍ରତ୍ୟେକ ଦିନ ଭୋକ ଉପବାସ ଅନଶନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ୨୫ ଜାନୁୟାରୀ ୨୦୨୧ରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ଓଡିଶା ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ସମେତ ହରିଆଣାରୁ ସତପାଳ, ମଧ୍ୟପ୍ରଦେଶ ୧ ଏବଂ ପଞ୍ଜାବରୁ ୧୨ ଜଣ ଭୋକ ଉପବାସ ଅନଶନରେ ବସିଥିଲେ । ଏହା ପୂର୍ବରୁ ୨୧ ଜାନୁଆରୀ ରେ ଏ ଆଇ କେ କେ ଏସ୍ ର ଜାତୀୟ ସମ୍ପାଦକ ତଥା ଛତିଶଗଡ଼ ରାଜ୍ୟ ସମ୍ପାଦକ ତେଜରାମ ବିଦ୍ରୋହୀ ଏବଂ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ରହି ଟ୍ରାକ୍ଟର ପ୍ୟାରେଡ ମାଧ୍ୟମରେ ଆମର ଏକତା, ସାହସ ମାଧ୍ୟମରେ ମୋଦି ସରକାରଙ୍କୁ ଚେତାବନୀ ପ୍ରଦାନ ପାଇଁ ଶକ୍ତି ପ୍ରଦର୍ଶନ କରି ଆମ ଅନ୍ନଦାତାଙ୍କ ହକ ମାଗିବୁ ବୋଲି ସର୍ବଭାରତୀୟ ସାଧାରଣ ସମ୍ପାଦକ ପ୍ରଦୀପ ସିଂହ ଠାକୁର ପ୍ରକାଶ କରିଛନ୍ତି । ଏହା ଏକ ଐତିହାସିକ ମାର୍ଚ୍ଚ ଯାହା ଭରତର ଜନଗଣ ଏବଂ ଅନ୍ନଦାତା ମୋଦୀ ସରକାରଙ୍କୁ ତିନୋଟି କଳା ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିବେ । ଏହି ଐତିହାସିକ କିଷାନ ପ୍ୟାରେଡକୁ ମୋଦି ଗୋଦି ମିଡ଼ିଆ ଅଣଦେଖା କରିବା ସମ୍ଭାବନା ଥିବାରୁ ୪୫୦ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ଆସି ମୋଦି ସରକାରଙ୍କ ଫାସିବାଦୀ ନୀତି ବିରୋଧରେ କୃଷକଙ୍କ ମୁହଁ ତୋଡ ଜବାବକୁ ପ୍ରଚାର ଓ ପ୍ରସାରଣ କରିବେ । ଏହି ପ୍ୟାରେଡରେ ପ୍ରାୟ ୫୦ ଲକ୍ଷ ଜନଗଣ ସାମିଲ ହେବେ। ସରକାରଙ୍କ ରୁଟ ପ୍ଳାନିଙ୍ଗରେ ମନୋମାନୀକୁ ନେଇ ସଂଧ୍ୟା ୬.୩୦ ଅଚାନକ ଅଶାନ୍ତ ସୃଷ୍ଟି ହୋଇଥିଲା । ସରକାର ମନମାନୀ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏବଂ ପ୍ୟାରେଡ ରୋଡ ରିଙ୍ଗ ରୋଡ ରିଙ୍ଗ ରୋଡ ବୋଲି ନାରାବାଜି କରିଥିଲେ ।