***ଏ ଦେହ***

***ଏ ଦେହ***

ଏ ଦେହରେ ଶୈଶବ ଆସିଲା
ଆସିଲା କୈଶୋର
ପୁଣି ଯୌବନ…..!!
କିଏ କହେ ପିଲା ଦିନ ଭଲ
କିଏ କହେ କୈଶୋର
ପୁଣି ଯୌବନ ସର୍ବୋତ୍ତମ ବୋଲି
କିଏ ଉଦଘୋଷଣା କରେ….!!
ଯୌବନ ଯେବେ
ଦେହକୁ ଛୁଏଁ
ସଭିଏଁ ଜୀବନ ସାଥୀ ଖୋଜିବାରେ ବ୍ୟସ୍ତ
ପ୍ରେମ କରିବାକୁ ମନରେ
ଜାଗ୍ରତ ହୁଏ ଅଭିଲିପ୍ସା….!!
ଯୌବନର ଅନେକ କାହାଣୀ
ଅନେକ ତିକ୍ତ ମଧୁର ସଂପର୍କ
କିଛି ଦାଗ ଲିଭିଯାଏ
ଆଉ କିଛି ବାରମ୍ବାର ମନେ ପଡ଼େ
ସମଗ୍ର ଜୀବନ…..!!
ଯୌବନ ପାହାଡ ଶିଖରୁ
ଓହ୍ଲାଉ ଓହ୍ଲାଉ ଗୁଡାଏ
ଜଞ୍ଜାଳ ଭିତରେ
ବୟସର ଲମ୍ବା ଅପରାହ୍ନ
ଜୀବନ ଜୀଇଁବାର
ସଂଗ୍ରାମ
ପରେ ପରେ ଏ ଦେହରେ
ବାର୍ଦ୍ଧକ୍ୟର ଯନ୍ତ୍ରଣା….!!
ଜ୍ଞାତ ହୁଏ ଶୈଶବରୁ
ବାର୍ଦ୍ଧକ୍ୟ ଯାଏଁ
ପଥ ଅତିକ୍ରମ କରି
ଆସିଥିବା ବାସ୍ତବ ଅନୁଭୂତି
ଏ ଦେହରେ ଆସିଥିବା ଝଡ଼
ଆଉ ଧୋକା
ପର ଆଉ ଆପଣର କିଏ
ଶତ୍ରୁ ମିତ୍ରର ଅପାଶୋରା ପାଠ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment